ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନୁସୂଚିତ ଜାତି-ଜନଜାତି (ଏସସି-ଏସଟି) ସଂଶୋଧନ ଅଧିନିୟମ ବିରୋଧରେ ଆଜି ଭାରତ ବନ୍ଦ ଡାକରା କରାଯାଇଛି । ବନ୍ଦର ଆହ୍ୱାନ ସମସ୍ତ ସମାଜ, କରଣୀ ସମାଜ, ସପା ଏବଂ ଅନ୍ୟ ସମସ୍ତ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ।
ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାର ପୋଲିସ ଏବଂ ପ୍ରଶାସନକୁ ସତର୍କ ରହିବା ପାଇଁ କୁହାଯାଇଛି । ସାରା ଦେଶରେ ସୁରକ୍ଷା ବନ୍ଦବସ୍ତ କରାଯାଇଛି ।
ଏହାର ପ୍ରଭାବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଏବଂ ହରିଆଣାରେ ଅଧିକ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଧାରା ୧୪୪ ଲାଗୁ କରାଯାଇଛି । ସେହିଭଳି ବିହାରର ଦରଭଙ୍ଗାରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଖବରମୁତାକ,ଗତ ଅପ୍ରିଲ ମାସ ୨ ତାରିଖରେ ଏସସି-ଏସଟି ସଂଶୋଧିତ ବିଲ୍ ସଂସଦରେ ପାସ୍ ହୋଇଥିଲା । ସୁପ୍ରିମକୋର୍ଟ ନିଷ୍ପତି ବିରୋଧରେ ଦଳିତ ସଂଗଠନ ବନ୍ଦ ଡାକରା କରିଥିଲେ ।