ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଟ୍ରେଡ ୟୁନିୟମ ସଂଗଠନ ପକ୍ଷରୁ ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ସମସ୍ତ ଗାଡି ଅଟକାଇବା ସହ ପିକେଟିଂ କରିଛନ୍ତି । ଯାହାଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କେବଳ ଜରୁରୀ କାମ ପାଇଁ ଲୋକଙ୍କୁ ଛଡାଯାଉଛି ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ ପ୍ରତ୍ୟାହାର, ଦରଦାମ୍ ନିୟନ୍ତ୍ରଣ କରିବା ସହ ୧୨ ଦକ୍ଷା ଦାବିରେ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି । ଏହି ଧର୍ମଘଟକୁ ବ୍ୟାଙ୍କ ୟୁନିଅନ, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ପରିବହନ କର୍ମଚାରୀ ସଂଘ ଗୁଡିକ ସମର୍ଥନ ଜଣାଇଛନ୍ତି ।