ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ୨୦୧୯-୨୦ ର ଆୟକର ରିଟର୍ଣ୍ଣ କରିବାର ଆଜି ଶେଷ ତାରିଖ । ଗତକାକାଲି ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ୩,୩୦,୧୪୨ ରିଟର୍ଣ୍ଣ ଫାଇଲ କରିଛନ୍ତି । ଏଥିରୁ ୧.୨ ଲକ୍ଷ କେବଳ ଏକ ଘଣ୍ଟା ମଧ୍ୟରେ ଫାଇଲ କରାଯାଇଛି ।
ଆଇଟିଆର ଭରିବା ପରେ ଇଭେରିଫିକେସନ କରିବା ନିହାତି ଜରୁରୀ । କାରଣ ଏହାପରେ ଯାଇ ଆଇଟିଆର ପ୍ରକ୍ରିୟା ପୁରା ହୋଇଥାଏ । ଆପଣ ଅନଲାଇନ ମାଧ୍ୟମରେ ଭେରିଫିକେସନ କରିପାରିବେ । ସହିପରି ଯଦି ଆପଣ ଆପଣଙ୍କର ଆଇଟିଆର ଷ୍ଟାଟସ ଜାଣିବାକୁ ଚାହୁଁଥିବେ ତେବେ incometaxindiaefiling.gov.in ୱେବସାଇଟକୁ ଯାଇ ଚେକ କରିପାରିବେ ।
ଆଇଟିଆର ଫାଇଲ କରିବା ପାଇଁ ଜରୁରୀ ଡକ୍ୟୁମେଣ୍ଟ ହେଉଛି ନିଜର ପାନ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବିନିଯୋଗ ବିବରଣୀ, ଫର୍ମ୧୬, ଫର୍ମ୨୬ଏଏସ ।
ଏଭଳି ଫାଇଲ କରନ୍ତୁ ଆଇଟିଆର:
– ସର୍ବପ୍ରଥମେ କରଦାତା incometaxindiaefiling.gov.in ଯାଆନ୍ତୁ । ଏହାପରେ ରେଜିଷ୍ଟର କରନ୍ତୁ । ଯଦି ଆପଣ ପୂର୍ବରୁ ରିଟର୍ଣ୍ଣ ଫାଇଲ କରିଥିବେ ତେବେ ଆପଣ ୟୁଜର ଆଇଡି, ପାସୱାଡ ଦେଇ ଲଗଇନ୍ କରନ୍ତୁ ।
– ଏହାପରେ ଇଫାଇଲ ଟ୍ୟାବକୁ ଯାଆନ୍ତୁ ଏବଂ ଆୟକର ରିଟର୍ଣ୍ଣ ଲିଙ୍କ ଉପରେ କ୍ଲିକ କରନ୍ତୁ ।
– ଏଥିରେ ଆଟିଆର ଫର୍ମ ପୂରଣ କରି ଆସେସମେଣ୍ଟ ବର୍ଷ ଚୟନ କରନ୍ତୁ ।
– ଏହାପରେ ଆଇଟିଆର ଫର୍ମ ନଂ, ଫାଇଲିଂ ଟାଇପ ଏବଂ ସବମିଶନ ମୋଡ ଚୟନ କରନ୍ତୁ । ଯଦି ଆପଣ ଅରିଜିନାଲ ରିଟର୍ଣ୍ଣ ଭରୁଛନ୍ତି ତେବେ ଅରିଜିନାଲ ଟ୍ୟାବ ଉପରେ କ୍ଲିକ କରନ୍ତୁ । ସେହିପରି ଯଦି ରିଭାଇଜ୍ଡ ରିଟର୍ଣ୍ଣ ଭରୁଛନ୍ତି ତେବେ ରିଭାଇଜ୍ଡ ରିଟର୍ଣ୍ଣ ଉପରେ କ୍ଲିକ କରନ୍ତୁ ।
– ଏହାପରେ ପ୍ରିପେୟାର ଆଣ୍ଡ ସବମିଟି ଅନଲାଇନ୍ କୁ ଚୟନ କରି କଣ୍ଟିନ୍ୟୁ କରନ୍ତୁ ।
– ପୁଣି ବିନିଯୋଗର ସମସ୍ତ ତଥ୍ୟ ପୁରଣ କରନ୍ତୁ ।
– ଶେଷରେ ଏକ ଭେରିଫିକେସନ ପେଜ୍ ଆସିବ, ଯାହାକୁ ଆପଣ ସେହି ସମୟରେ ଫେରିଫାଇ କରି ପାରିବେ । ନଚେତ୍ ୧୨୦ ଦିନ ମଧ୍ୟରେ ଭେରିଫାଇ କରି ପାରିବେ ।