ନୂଆଦିଲ୍ଲୀ (ଏଟିଆର ବ୍ୟୁାରୋ): ଜରୁରୀ ଡକ୍ୟୁମେଣ୍ଟ ମଧ୍ୟରେ ଆଧାରକାର୍ଡ ଅନ୍ୟତମ । ପ୍ରତ୍ୟେକ କାମରେ ଏହି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିଥାଏ । କିନ୍ତୁ ଏହି ଆଧାରକାର୍ଡକୁ ନେଇ କିଛି ଲୋକ ଏକ ବଡ ଭୁଲ କରି ଦେଇଥାନ୍ତି । ଯେଉଁଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ ।
ବ୍ୟାଙ୍କଠୁ ନେଇ ଆୟକର ରିଟର୍ଣ୍ଣ ପର୍ଯ୍ୟନ୍ତ ସବୁଠି ଆଧାରକାର୍ଡର ଆବଶ୍ୟକତା ପଡିଥାଏ । ସେଥିପାଇଁ ଆଧାର ସହ ଜଡିତ ଠକେଇର ଅନେକ ମାମଲା ସାମ୍ନାକୁ ଆସୁଛି । ଅବଶ୍ୟ ଏହି ଠକେଇରୁ ରକ୍ଷା ପାଇବା ପାଇଁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ତାର ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି କରିଛି ।
ୟୁଆଇଡିଏଆଇ ତାର ଟ୍ୱିଟରରେ କହିଛି କି, ଲୋକଙ୍କୁ ସୋସିଆଲ ମିଡିଆରେ ନିଜ ଆଧାରକାର୍ଡର ତଥ୍ୟ ଦେବା ଉଚିତ୍ ନୁହେଁ । ସେହିପରି ଆଧାର ସହ ଜଡିତ ସମସ୍ୟା ପାଇଁ ଏଜେନ୍ସିଙ୍କ ପର୍ସନାଲ ଇନବକ୍ସକୁ ମେସେଜ୍ କରିପାରିବେ ୟୁଜର୍ସ ।
ୟୁଆଇଡିଏଆଇ ର କହିବାନୁଯାୟୀ, ଆଧାରକାର୍ଡର ଯଦି କୌଣସି ସେବାର ଲାଭ ଉଠାଯାଏ ତେବେ ଏହାର ଭେରିଫିକେସନ ପାଇଁ ମୋବାଇଲ ଫୋନକୁ ଏକ ଓଟିପି ପଠାଯାଇଥାଏ । ସେଥିପାଇଁ ଆପଣ ଆଧାରକାର୍ଡରେ ନିଜ ମୋବାଇଲ ନମ୍ବର ଲିଙ୍କ କରନ୍ତୁ ।