ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମୋଦି ସରକାର ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କ ସାମ୍ନାରେ ଏହି ପ୍ୟାକେଜର ବିସ୍ତୃତ ବିବରଣୀ ଦେଇଥିଲେ । ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ହ୍ରାସ ର ଘୋଷଣା କରିଛନ୍ତି ।
ଶକ୍ତିକାନ୍ତ ଦାସ କହିଛନ୍ତି କି, ଗତ ତିନି ଦିନ ମଧ୍ୟରେ ଘରୋଇ ଏବଂ ଗ୍ଲୋବାଲ ମାହୋଲର ସମୀକ୍ଷା କରିଛି ଏମପିସି । ଏହାପରେ ରେପୋ ରେଟ୍ ରେ ୦.୪୬ ପ୍ରତିଶତ ହ୍ରାସ କରିବାର ନିଷ୍ପତି ନିଆଯାଇଛି । ଲକ୍ ଡାଉନ୍ ମଧ୍ୟରେ ଏହା ଦ୍ୱିତୀୟ ଥର ରେପୋ ରେଟ ହ୍ରାସ କରାଯାଇଛି । ଏହାସହିତ ରିଭର୍ସ ରେପୋ ରେଟ ୩.୭୫ ପ୍ରତିଶତରୁ ହ୍ରାସ ହୋଇ ୩.୩୫ କରାଯାଇଛି ।ଏହାପୂର୍ବରୁ ଆରବିଆଇ ମାର୍ଚ୍ଚ ୨୭ ରେ ରେପୋ ରେଟ୍ ୦.୭୫ ପ୍ରତିଶତ ହ୍ରାସର ଘୋଷଣା କରିଥିଲା । ଏହାପରେ ବ୍ୟାଙ୍କ ଗୁଡିକ ଋଣ ଉପରେ ସୁଧ ଦର କମ କରି ଦେଇଥିଲେ । ସେହିଅନୁଯାୟୀ ପୂର୍ବ ଅପେକ୍ଷା ଇଏମଆଇ ବି କମ ହୋଇଯାଇଥିଲା ।
ଆଜି ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ରେପୋ ରେଟ ହ୍ରାସର ଘୋଷଣା କରିଛନ୍ତି । ଯାହାଦ୍ୱାରା ଆପଣଙ୍କୁ ଋଣର ସୁଧ ଦର କମ ହୋଇଯିବ । ଏହାସହିତ ଟର୍ମ ଋଣ ମୋରେଟୋରିୟମ ବା ପରିଶୋଧକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଉ ତିନିମାସ ବୃଦ୍ଧି ହେବା ଦ୍ୱାରା ମୋରେଟୋରିୟମର ସୁବିଧର ଏବେ ୬ ମାସ ହୋଇଯାଇଛି । ଏହାର ଅର୍ଥ ଏହି ୬ ମାସ ମଧ୍ୟରେ ଯଦି ଆପଣ ଆପଣଙ୍କ ଇଏମଆଇ ଭରୁ ନାହାନ୍ତି ତେବେ ଆପଣଙ୍କୁ ଲୋନ୍ ଡିଫଲ୍ଡ ବା ଏନପିଏ କ୍ୟାଟେଗୋରୀକୁ ଯିବାକୁ ପଡିବ ନାହିଁ ।