ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେ ସମସ୍ତେ ଜାଣିଛେ ସୂର୍ଯ୍ୟଙ୍କ ତାପମାତ୍ରା କେତେ ହୋଇପାରେ । ସେଥିପାଇଁ ସୂର୍ଯ୍ୟଙ୍କ ପାଖକୁ ଆଜି ପର୍ଯ୍ୟନ୍ତି କୌଣସି ବି ଜିନିଷ ପହଞ୍ଚି ପାରି ନାହିଁ । ହେଲେ ଏବେ ସୂର୍ଯ୍ୟପୃଷ୍ଠ ଦେଖିବାକୁ କିପରି ତାହା ଜଣାପଡିଛି । ହାୱଇ ଦ୍ୱୀପର ଡେନିୟଲ କେ ଇନୋୟେ ସୋଲାର ଟେଲିସ୍କୋପ ଏକ ଫୋଟ ଜାରି କରିଛି । ଏହି ଫୋଟରେ ସୂର୍ଯ୍ୟପୃଷ୍ଠ ଦେଖିବାକୁ ମହୁଫେଣା ଆକୃତିର ଓ ସୁନା ପରି ଉଜ୍ଜଳ । ଯାହାକି ପ୍ରତି ମୁହୃର୍ତ୍ତରେ ସଂକୁଚିତ ଓ ଲଘୁଚିତ ହେଉଥିବାର ଦେଖିବାକୁ ମିଳିଛି । ଡେନିୟଲ କେ ଇନୋୟେ ସୋଲାର ଟେଲିସ୍କୋପ ଦୁନିଆର ସବୁଠାରୁ ବଡ ଦୂରବିକ୍ଷଣ ଯନ୍ତ୍ର ବୋଲି ଧରାଯାଉଛି ।
ତେବେ ପ୍ରଥମ ଥର ଲାଗି ଏହି ଟେଲିସ୍କୋପ ସୂର୍ଯ୍ୟକୁ ଭଲ ଭାବରେ ଅନୁଧ୍ୟାନ କରିଛି । ସୂଚନା ଅନୁସାରେ ସୂର୍ଯ୍ୟପୃଷ୍ଠ ଦେଖିବାକୁ ମହୁଫେଣାର ସେଲ ପରି । ଯଦିଓ ଫଟୋରେ ଏହି ସେଲ ଗୁଡିକ ଛୋଟ ଛୋଟ ଜଣାପଡୁଛି କିନ୍ତୁ ପ୍ରକୃତରେ ଏହା ଶହ ଶହ କି.ମି ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ଟେଲିସ୍କୋପ ୧୦ ମିନିଟର ଏକ ଭିଡିଓ ମଧ୍ୟ କରିଛି । ବୈଜ୍ଞାନିକମାନେ ଆଶା ରଖିଛନ୍ତି ଯେ ଟେଲିସ୍କୋପ ଦ୍ୱାରା ଜାରି ଏକାଠି କରାଯାଇଥିବା ଡାଟା ସାହାଯ୍ୟରେ ସୂର୍ୟ୍ୟର ବାହାର ବାୟୁମଣ୍ଡଳରେ ଚୁମ୍ୱକୀୟ କ୍ଷେତ୍ରକୁ ମାପିବାରେ ସାହାଯ୍ୟ ମିଳିବ ।