ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଇସ୍ତାହାର ପତ୍ର ବା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି । ଏହି ଅବସରରେ ରାଜନାଥ କହିଛନ୍ତି ଯଦି ପୁଣି ଥରେ ଜନତା ମୋଦି ସରକାର ଉପରେ ଭରଷା କଲେ ଆଗାମୀ ଦିନରେ ଭାରତ ବିିଶ୍ୱର ପ୍ରଥମ ତିନି ଶ୍ରେଷ୍ଠ ଅର୍ଥ ନୈତିକ ଦେଶ ମଧ୍ୟରେ ଭାରତ ରହିବ ବୋଲି ରାଜନାଥ ଦୃଢକ୍ତି ପ୍ରକାଶ କରିଛନ୍ତି । ସେହିପରି ଅମିତ ଶାହା ମଧ୍ୟ ସରକାରଙ୍କର ୫ ବର୍ଷର ସଫଳତା ବଖାଣିଛନ୍ତି ।
ସକଳ୍ପ ପତ୍ରରେ ଘୋଷଣା କରାଯାଇଛି- ଆତଙ୍କବାଦକୁ ନିପାତ କରିବା ପାଇଁ ସୁରକ୍ଷା ବଳୟକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛନ୍ତି । ସେହିଭଳି କୃଷକ ମାନଙ୍କ ପାଇଁ କିଷାନ ସମ୍ମାନ ଯୋଜନା କରାଯିବା ସହିିତ ୬୦ ବର୍ଷରୁ ଅଧିକ ପ୍ରତ୍ୟକ କୃଷକକୁ ପେନସନ ଦିଆଯିବ । କୃଷିର ଉନ୍ନ୍ତି ପାଇଁ ୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ଉଲ୍ଲେଖ ରହିଛି । ଏଥି ସହିତ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟଗ ପାଇଁ ଲକ୍ଷେ କୋଟି ଟଙ୍କାର ଗ୍ୟାରେଣ୍ଟି ଯୋଜନା କରାଯିବ । ସେହିପରି ମହିଳା ମାନଙ୍କ ପାଇଁ ସରକାରୀ କ୍ଷେତ୍ରରେ ଅଧିକ ମହିଳା ମାନଙ୍କ ସଂଖ୍ୟା ବଢାଇବା ପାଇଁ ଏହି ପତ୍ର ମାଧ୍ୟମରେ ଦଳ ପ୍ରତିଶୃତି ଦେଇଛି ।
ସଂକଳ୍ପ ପତ୍ର ପ୍ରକାଶ କରି ଅମିତି ଶାହା କହିଥିଲେ ଯେ ଜନତାଙ୍କ ମତାମତ ନେଇ ବିଜେପି ଏହି ସଂକଳ୍ପ ପତ୍ର ପ୍ରସ୍ତୂୁତ କରିଛିି । ସେହିପରି ରାଜନାଥ ଦେଶର ସୁରକ୍ଷା ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି । ସେହିଭଳି ଅମିତ ଶାହା କହିଛନ୍ତି ଦଳ ସରକାରକୁ ଆସିବା ପୂର୍ବରୁ ଦେଶ ଅର୍ଥନୀତି କ୍ଷେତ୍ରରେ ୧୧ ନଂ ସ୍ଥାନରେ ଥିଲା । ଗତ ୫ ବର୍ଷ ମୋଦି ଶାସନରେ ତାହା ୫ନଂ ସ୍ଥାନକୂୁ ଆସି ପାରିଛି ବୋଲି ଶାହା କହଛନ୍ତି । ସୂଚନାଯୋଗ୍ୟ ଗତକାଲି ରାଜ୍ୟ ବିଜେପି ଓ ରାଜ୍ୟ କଂଗ୍ରେସ ଇସ୍ତାହାର ପତ୍ର ପ୍ରକାଶ କରିଥିଲେ ।