ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜୟନ୍ତୀ ଅବସରରେ ‘ସଦା ଅଟଳ’ ସ୍ମାରକ ରାଷ୍ଟ୍ରକୁ ସମର୍ପିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ରାଷ୍ଟ୍ରିୟ ସ୍ମୃତି ସ୍ଥଳରେ ପହଁଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
‘ସଦା ଅଟଳ’ ସ୍ମୃତି ସ୍ଥଳରେ ଅୟୋଜିତ ପ୍ରାର୍ଥନା ସଭାରେ ଦେଶର ଅନେକ ବଡ ବଡ ରାଜନେତାମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି, ‘ଆମ ସମସ୍ତଙ୍କର ପ୍ରିୟ ପୂର୍ବତମ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସତ-ସତ ନମନ’ ।
ଏହି ସ୍ମାରକ ସ୍ଥଳରେ ବାଜପେୟୀଙ୍କ କବିତା ଅଙ୍କା ଯିବା ସହ ମାନବତାବାଦୀ ଏବଂ ମହାନ ନେତାଙ୍କ ଛବି ଦର୍ଶା ଯାଇଛି । ଏହି ଅଟଳ ସ୍ମାରକ ନିର୍ମାଣ କରାଯିବା ପାଇଁ କୌଣସି ବି ଗଛ କଟାଯାଇନଥିଲା । ସିପିଡବ୍ଲ୍ୟୁଡି ଦ୍ୱାରା ୧୦.୫୧ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରକ ନିର୍ମାଣ କରାଯାଇଛି । ଏହି ପରିଯୋଜନାକୁ ଅଟଳ ସ୍ମୃତି ନ୍ୟାସ ସୋସାଇଟ୍ ଦ୍ୱାରା ଫଣ୍ଡ କରାଯାଇଛି ।