ମୁମ୍ବାଇ ( ଏଟିଆର ବ୍ୟୁରୋ): ରାଫେଲ ଚୁକ୍ତି ପ୍ରସଙ୍ଗରେ ବିଜେପିକୁ ଚେତାବନୀ ଦେଲା ଶିବସେନା । ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ରାଫେଲ ଚୁକ୍ତି ବାବଦରେ ଚୁପ୍ ରହିବାକୁ ଚେତାବନୀ ଦେଇଛି । ଠାକରେ କହିଛନ୍ତି ରାଫେଲ ଚୁକ୍ତି ବାବଦରେ ଦଳର ନେତା ମାନେ ମନ ଇଚ୍ଛା ମନ୍ତବ୍ୟ ଦେଉଛନ୍ତି । ଯାହାକୁ ନେଇ ଦଳ ଅଡୁଆରେ ପଡୁଛି । ତେଣୁ ରାଫେଲ ବାବଦରେ ବିଜେପି ଖୁବ୍ କମ୍ କହିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ କହିଛନ୍ତି ରାଫେଲ ଡିଲ ବାବଦରେ ଦଳ ଯଥା ସଂମ୍ଭବ ସଂଯମତା ଓ ସହିଷ୍ଣୁତା ସହିତ ମନ୍ତବ୍ୟ ଦେବା ଦରକାର । ଇଲେକ୍ଟ୍ରୋନିକ ମିଡିଆ ଉପରେ ଯଦ ବିଜେପିର ଆସ୍ଥା ବା ସନ୍ତୁଷ୍ଟି ଥାନ୍ତା ତେବେ ନମୋ ଟିଭି ଉପରେ ଆସିଥିବା ନିଷେଧାଜ୍ଞା ଜାରି ହେବା କଥା ଉଠିନଥାନ୍ତା । କଂଗ୍ରେସ ରାଫେଲ ଚୁକ୍ତିକୁ ନେଇ କରୁଥିବା ସମାଲୋଚନା ବେଳେ ବିଜେପିି ଯଥା ସମ୍ଭବ ସଂଯମତାର ସହ ଉତ୍ତର ଦେଉ । ସୁଚନାଯୋଗ୍ୟ ଶିବସେନା ଏନ୍ଡିଏ ସହଯୋଗୀ