ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିିବିଏସଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ ଅଫ୍ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ବୋର୍ଡ ର ଦ୍ୱାଦଶ ପରୀକ୍ଷା ବାତିଲ କରିବା ପିଟିସନ ଉପରେ ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସୋମବାର ଶୁଣାଣି ହେବ । ପିଟିସନରେ ପରୀକ୍ଷାକୁ ଘୁଞ୍ଚାଇବା ବଦଳରେ ସିଧା ସଳଖ ପରୀକ୍ଷା ବାତିଲ କରିବା ପାଇଁ ଦାବି କରାଯାଇଛି ।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ ରେ କୁହାଯାଇଛି କି, ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ଆୟୋଜନ କରିବା ସଠିକ୍ ନୁହେଁ । କିନ୍ତୁ ଯଦି ପରୀକ୍ଷା ଘୁଞ୍ଚା ଯିବ ତେବେ ଫଳାଫଳ ବିଳମ୍ବରେ ବାହାରିବ । ଏହାର ପ୍ରଭାବ ଛାତ୍ରଛାତ୍ରୀ ଆଗାମୀ ପାଠପଠାରେ ପଡିବ । ସେଥିପାଇଁ ପରୀକ୍ଷା ବାତିଲ କରିବା ଉଚିତ୍ ।