ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୧ରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ । ଏଥିପାଇଁ ଆଜିଠାରୁ ବଜେଟ ମୁଦ୍ରଣ କାମ ଆରମ୍ଭ ହୋଇଛି ।
ପରମ୍ପରା ଅନୁଯାଇ ବଜେଟ ମୁଦ୍ରଣ ଆରମ୍ଭ ପୁର୍ବରୁ ହାଲୱା ଉତ୍ସବ ପାଳନ କରାଯାଇଥାଏ । ଏବଂ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଳକ୍ ସ୍ଥିତ ଅର୍ଥ ମନ୍ତ୍ରାଳୟା ବେସମେଣ୍ଟରେ ହାଲୱା ବାଣ୍ଟି ବଜେଟ ମୁଦ୍ରଣର ଶୁଭାରମ୍ଭ କରିଛନ୍ତି ।
ବଜେଟ ମୁଦ୍ରଣ ପାଇଁ ୫୦ରୁ ଅଧିକ ଅର୍ଥ ମନ୍ତ୍ରାଳୟର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏବଂ ଆଜିଠାରୁ ଏହି କର୍ମଚାରୀମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅର୍ଥ ମନ୍ତ୍ରାଳୟର ବେସମେଣ୍ଟରେ ବନ୍ଦୀ ଭାବେ ରହି ବଜେଟ ପ୍ରସ୍ତୁତ କରିବେ ।
ଏହି କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ୧୦ଜଣିଆ ଡାକ୍ତରି ଟିମ ମଧ୍ୟ ସଜାଗ ରହିଥାନ୍ତି । ତେବେ ଏହି କର୍ମଚାରୀ ମାନଙ୍କୁ ବଜେଟ ପ୍ରସ୍ତୁତି ନିମନ୍ତେ ଦିନରାତି କାମ କରିବାକୁ ପଡିଥାଏ ।