ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏଥର ବଜେଟ ଅଧିବେଶନ ୨ ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ରେ ଶେଷ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ ୨ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ କରାଯିବ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଯିବା ପୂର୍ବରୁ କହିଛନ୍ତି ଏହି ଅଧିବେଶନରେ ମୁଖ୍ୟତଃ ଅର୍ଥନୀତି ସମସ୍ୟା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଆର୍ଥିକ ପ୍ରସଙ୍ଗ ଉପରେ ଉଭୟ ଗୃହରେ ବିତର୍କ ହେଉ ବୋଲି ସେ ଚାହୁଁଛନ୍ତି । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇକୋନୋମିକ ସର୍ଭେ-୨୦୧୯ ଉପସ୍ଥାପନ କରିବେ । ଅନ୍ୟପଟେ ବଜେଟ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଏଥର ଗୃହରେ ନାଗରିକ ସଂଶୋଧନ ବିଲ, ବେରୋଜଗାର ଓ ଦରବୃଦ୍ଧି ପ୍ରମୁଖ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ସେପଟେ ମୋଦି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଥିଲେ । ଲୋକସଭାରେ ଆସନ୍ତାକାଲି ବଜେଟ ଉପସ୍ଥାପନା ହେବ ।