ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବଢିଛି ଅନଲାଇନ ମନି ଟ୍ରାନାଞ୍ଜାକ୍ସନ ପେଟିଏମ୍ର ଚାହିଦା । ଏହା ଲକ ଡାଉନ ସମୟରେ ଅଧିକ ବଢିଥିବାର ଦେଖାଯାଇଛି । କରୋନା ମହାମାରୀ ପାଇଁ ବର୍ତ୍ତମାନ ଲୋକେ ସଜାଗ ହୋଇଛନ୍ତି ତେଣୁ ଭରଟୁଆଲ ଜିନିଷକୁ ବେଶି ଆପଣାଉଛନ୍ତି । ଅନଲାଇନ ଅର୍ଡର ବା ଅନଲାଇନ ମାର୍କେଟିଙ୍କ ମଧ୍ୟ ଅଧିକ ବଢିଛି । ସେହିପରି ଅନଲାଇନ ପେମେଣ୍ଟ ସିଷ୍ଟମ ପେଟିଏମର ଚାହିଦା ମଧ୍ୟ ବଢିଛି । ବିଶେଷ କରି ଟଙ୍କା ପଇସା ଲେଣଦେଣ ଡିଜିଟାଲ ପ୍ଲାଟଫର୍ମରେ କରାଯାଉଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନଲାଇନ୍ ପେମେଣ୍ଟ ଉପରେ ଲୋକେ ଅଧିକ ଗୁରୁତ୍ୱ ଦେଉଛନ୍ତି ତେଣୁ କରୋନା ସମୟରେ ମାଲାମାଲ ହୋଇଛି ଡିଜିଟାଲ ପେମେଣ୍ଟ ଆପ୍ ‘ପେଟିଏମ୍’ ।
କରୋନା କାଳରେ ଲୋକେ ଡିଜିଟାଲ ଲେଣଦେଣ ଉପରେ ନିର୍ଭର କରୁଥିବା ବେଳେ ଫାଇଦା ଉଠାଇ ନେଇଛି ପେଟିଏମ୍ । ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଆର୍ଥିକ ସେବା କମ୍ପାନୀ ପେଟିଏମ୍ର ଆୟ ବଢ଼ି ୩,୬୨୯ କୋଟିରେ ପହଞ୍ଚିଛି । ଏହାସହ ବର୍ଷ ବର୍ଷ ଧରି କମ୍ପାନୀ ସହିଥିବା ଘାଟାରେ ୪୦ ପ୍ରତିଶତ କମିଛି । ଲକ୍ଷ ଲକ୍ଷ ଭାରତୀୟଙ୍କ ଡିଜିଟାଲ ଆର୍ଥିକ ଲେଣଦେଣକୁ ସଶକ୍ତ କରିବା ଦିଗରେ ପେଟିଏମ କାର୍ୟ୍ୟ କରୁଛି ବୋଲି କମ୍ପାନୀ ସଭାପତି ମଧୁର ଦେବଡା କହିଛନ୍ତି । ଏହି ପ୍ରୟାସ ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ବେଶ ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି । ଏବେ ପେଟିଏମ୍ ମାର୍ଚେଣ୍ଟ ପାଟନର୍ସଙ୍କ ପାଇଁ ଡିଜିଟାଲ ସେବା ପ୍ରସ୍ତୁତ କରିବାକୁ ଅଧିକ ପୁଞ୍ଜି ନିବେଶ କରୁଛି ଯାହା ମାଧ୍ୟମରେ ଉଭୟ ମାରଚେଣ୍ଟ ଓ ଗ୍ରାହକ ଅଧିକ ଲାଭ ପାଇପାରିବେ ବୋଲି ମଧ୍ୟ କହିଛନ୍ତି ମଧୁର ଦେବଡା ।ତେଣୁ ୨୦୨୨ ସୁଦ୍ଧା ଏହି ଆପ ସବୁଠାରୁ ବଡ ପେମେଣ୍ଟ ଆପ ହେବା ପାଇଁ ଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024