ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଟକ ଭଳି ହୃଦୟ ବିଦାରକ ଓ ଛାତି ଥରା ଘଟଣା ପୁଣି ସାମ୍ନାକୁ ଆସିଛି । ଯଦିଓ ଘଟଣାଟି ରାଜ୍ୟ ବାହାରର ତଥାପି ଏଭଳି ଅଘଟଣକୁ ନେଇ ଏବେ ସବୁଠି ଶେ।।କର ଛାୟା । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କାହିଁକି ଘଟୁଛି ଏଭଳି ଅଘଟଣ? କେଉଁଠି ରହୁଛି ପ୍ରକୃତ ସମସ୍ୟା? ଏଥିପାଇଁ ଦାୟୀ କିଏ? ତେବେ ସେ ଯାହାହେଉ କର୍ଣ୍ଣାଟକରେ ଘଟିଥିବା ବସ ଦୁର୍ଘଟଣାରେ ଆଜି ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବସଟି ଏକ କେନାଲରେ ଖସିପଡିବାରୁ ଏଭଳି ଘଟଣା ଘଟିଛି । ଦୁଃଖର କଥା ହେଉଛି ଦୁର୍ଘଟଣାରେ ପ୍ରାୟ ଅଧିକାଂଶ ସ୍କୁଲ ପିଲାଙ୍କର ହିଁ ଜୀବନ ଯାଇଛି । ତେବେ ଏହି ଘଟଣାରେ ଜଣେ ମାତ୍ର ସ୍କୁଲ ପିଲା ହିଁ ବଞ୍ଚିଯାଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ବସଟି ଦିନ ପ୍ରାୟ ୧୨ଟା ବେଳେ କନଙ୍ଗାମାରାଡି ଗାଁ ଦେଇ ଯାଉଥିବା ବେଳେ ନିକଟରେ ଥିବା ଏକ କେନାଲ ନିକଟରେ ଭାରସାମ୍ୟ ହରାଇ ବସିଥିଲା । ଚାହୁଁଚାହୁଁ ବସଟି ଏହାପରେ କେନାଲରେ ଓଲଟି ପଡିଥିଲା । ଯଦିଓ ଗାଁ ଲୋକେ ତୁରନ୍ତ ସେଠାରେ ପହଞ୍ଚିଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ତାହା କିନ୍ତୁ ଏତେଟା ସମ୍ଭବ ହୋଇନଥିଲା । ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା ।
ପୁଲିସ ଓ ଅଗ୍ନିଶମ ବିଭାଗ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନଙ୍କ ଉଦ୍ୟମ ସଫଳ ହେବା ବେଳକୁ ବସରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ବସରେ ମୋଟ କେତେ ଯାତ୍ରୀ ଥିଲେ ତାହା ଏବେ ମଧ୍ୟ ଜଣାପଡିନାହିଁ । ଘଟଣାରେ କର୍ଣ୍ଣାଟକ ମାଣ୍ଡ୍ୟାର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।