ନୂଆଦିଲ୍ଲୀ (ଏଟିଆର): ପ୍ରତ୍ୟେକ ମାସ ଆରମ୍ଭରେ ତୈଳ କମ୍ପାଦୀ ପକ୍ଷରୁ ଏଲପିଜି ସିଲିଣ୍ଡର ଦାମ ର ସମୀକ୍ଷା କରାଯାଇଥାଏ । ପ୍ରତ୍ୟେକ ରାଜ୍ୟରେ ଟ୍ୟାକ୍ସ ଭିନ୍ନ ଭିନ୍ନ ହୋଇଥାଏ । ସେହି ହିସାବରେ ଏଲପିଜି ଦାମରେ ଅନ୍ତର ହୋଇଥାଏ । ଦେଶର ଅଏଲ ମାର୍କେଟିଙ୍ଗ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ବିନା ସବସିଡି ଯୁକ୍ତ ଏଲପିଜି ରନ୍ଧନ ଗ୍ୟାସର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡର ଦାମ୍ ରେ ବୃଦ୍ଧି ଘଟିଛି ।
ଆଇଓସିଏଲ ର ୱେବସାେଇଟ ରୁ ମି,ିଥିବା ସୂଚନା ମୁତାବକ, ଚଳିତ ମାସରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିଅନୁଯାୟୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ-ସବସିଡି ଏଲପିଜି ସିଲିଣ୍ଡର ୫୯୪ ଟଙ୍କାରରେ ସ୍ଥିର ରହିଛି କୋଲକାତାରେ ଏହାର ଦାମ ୬୨୦.୫୦, ମୁମ୍ବାଇରେ ୫୯୪ ଏଙ୍କା ଏବଂ ଚେନ୍ନାଇରେ ୬୧୦ ଟଙ୍କା ରହିଛି ।
ଅନ୍ୟପଟେ ଚଳିତ ମାସରେ ୧୯ କିଲୋଗ୍ରାମର କମର୍ଶିଆଲ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ଚେନ୍ନାଇରେ ଏହାର ଦାମ୍ ୫୬ ଟଙ୍କା ବୃଦ୍ଧି ହୋଇ ୧୪୧୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ୫୫ ଟଙ୍କା ବୃଦ୍ଧି ହୋଇ ୧୨୯୬ ଟଙ୍କା ହୋଇଛି, କୋଲକାତା ଏବଂ ମୁମ୍ବାଇରେ ୫୫ ଟଙ୍କା ବୃଦ୍ଧି ହୋଇ ସିଲିଣ୍ଡର ଦାମ ୧୩୫୧ ଏବଂ ୧୨୪୪ ଟଙ୍କା ହୋଇଛି ।
ଯଦି ଆପଣ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯାଇ ଚେକ୍ କରି ପାରିବେ । ୱେବସାଇଟରେ ପ୍ରତ୍ୟେକ ମାସର ନୂତନ ଦାମ ଜାରି କରାଯାଇଥାଏ ।