ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ) : ଟାଟା ଭାରତରେ ବିକ୍ରି ପାଇଁ ଏବେ ନିଜର ଏକ ଖାସ୍ ଗାଡି ଏସ୍ୟୁଭି ଲଞ୍ଚ୍ କରିବାକୁ ଯାଉଛି । ଟାଟା ତରଫରୁ ଏହି ଡିଜାଇନ୍ର ଏହା ହେଉଛି ପ୍ରଥମ ଗାତି । ଏହା ଭାରତର ପ୍ରଥମ ଗାଡି ଯାହା ଲ୍ୟାଣ୍ଡ ରୋଭରର ପ୍ଲାଟଫର୍ମରେ ତିଆରି କରାଯାଇଛି । ଏହି ଏସ୍ୟୁଭିକୁ ଯୋଧପୁରରେ ମିଡିଆ ଆଗକୁ ଅଣାଯାଇଥିଲା । ସାମ୍ବାଦିକମାନେ ଏହି ଗାଡିକୁ ଟ୍ରାଏଲ ମଧ୍ୟ କରିଥିଲେ ।
ଏହି ଗାଡିର ମୂଲ୍ୟ ୧୪ଲକ୍ଷରୁ ଆରମ୍ଭ କରି ୨୦ଲକ୍ଷ ମଧ୍ୟରେ ରହିଛି । ଏହାସହ ଟାଟା ହେରିୟର ପ୍ଲାଟ୍ଫର୍ମକୁ ଓମେଗା ନାମ ଦିଆଯାଇଛି । ଏହା ଲ୍ୟାଣ୍ଡ ରୋଭର ଡି୮ ରୁ ନିଆଯାଇଛି । ଏହାକୁ ଡିସ୍କଭର ସ୍ପୋର୍ଟ ରେଞ୍ଜ ରୋଭର ଇଭୋଗରେ ମଧ୍ୟ ବ୍ୟବହାର କରାଯାଉଛି । ହେରିୟରରୁ ଟାଟା କାରଗୁଡିକୁ ନୂଆ ଡିଜାଇନ୍ର ରାସ୍ତା ଆରମ୍ଭ ହୋଇଯାଇଛି । ଟାଟାର ଏହି କାର ନୂତନ ଡିଜାଇନ୍ ସହ ଆସିଛି । ଏହାପରି ଡିଜାଇନ ଭାରତରେ ଥିବା ଅନ୍ୟ କୌଣସି କାରର ହୋଇ ନାହିଁ ।
ଅନ୍ୟପଟେ ଏଥିରେ କେରୋଟେକ ୨.୦ ଲିଟର ଇଞ୍ଜିନ୍ ମିଳିବ, ଯାହା ଫିଏଟର ୪ ସିଲିଣ୍ଡିର ମଲ୍ଟି ଇଞ୍ଜିନରୁ ନିଆଯାଇଛି । ଏହି ଗାଡିରେ ଦିଆଯାଇଥିବା ଇଞ୍ଜିନର ପାୱାର ୧୪୦ ହର୍ଜ ପାୱାରର ଶକ୍ତି ଉପାôଦନ କରିବ । ଅନ୍ୟପଟେ ଟାଟା ଏହି ଗାଡିକୁ ତାର ଅନ୍ୟ ଏସ୍ୟୁଭି ପରି ମଲ୍ଟିପୁଲ ଡ୍ରାଇଭ ମୋଡ ଫିଚର ଷ୍ଟାଇଲ କରିଛି । ଏହାସହ ଇଣ୍ଟିରିୟର ପ୍ରିମିୟମ ହେବ ଓ ଡ୍ୟାସବୋର୍ଡରେ ବଡ ଟଚ୍ ସ୍କ୍ରିନ ସହିତ ଆପେଲ କାର ପ୍ଲେ ଓ ଆଣ୍ଡ୍ରଏଡକୁ ଏହା ସପୋର୍ଟ କରିବ । ଏହାସହିତ ସେମି-ଡିଜିଟାଲ ଇନଷ୍ଟୁମେଣ୍ଟ କନସୋଲ, ମଲ୍ଟି ଫଙ୍କସନ୍ ଷ୍ଟେରିଙ୍ଗ, ହାଇ ଆଡଜଷ୍ଟେବଲ ଡ୍ରାଇଭିଙ୍ଗ ସିଟ, ଅଟୋ କ୍ଲାଇମେଟ କଣ୍ଟ୍ରୋଲ ଆଦି କାରରେ ରହିବ ।