ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋବାଇଲ ନମ୍ବର ପୋର୍ଟେବିଲିଟି ମାନେ ଏମଏନପି ପ୍ରକିୟାକୁ କମ୍ପାନୀ ପକ୍ଷରୁ ସରଳ କରାଯାଇଛି । ଏନେଇ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଏକ ନୂତନ ଗାଇଡଲାଇନ୍ ଜାରି କରିଛି । ସେହି ଅନୁଯାୟୀ ଗୋଟିଏ ସର୍କଲରେ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ କେବଳ ୩ଟି କାର୍ଯ୍ୟକାରୀ ଦିନରେ କାର୍ଯ୍ୟ ହେବ । ମାତ୍ର ଗୋଟେ ସର୍କଲରୁ ଆଉ ଗୋଟେ ସର୍କଲରେ ନମ୍ବର ପୋର୍ଟ କରିବା ପାଇଁ ୫ ଦିନ ସମୟ ଲାଗିବ । ରିପୋର୍ଟ ମୁତାବକ ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୧୫ ଦିନ ସମୟ ଲାଗୁଥିଲା । କିନ୍ତୁ ଏବେ ଏହାର ସମୟ ସୀମା କମାଇ ଦିଆଯାଇଛି ।
ହୁଏତ ଏହି ପ୍ରକ୍ରିୟା ଜାମ୍ମୁ-କାଶ୍ମୀର,ଆସାମ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ଏବେ ବି ମୋବାଇଲ ନମ୍ବର ପୋର୍ଟେବୁଲ ପାଇଁ ୧୫ ଦିନ ସମୟ ଲାଗିବ । ଯଦି ସବସ୍କ୍ରାଇବର ମୋବାଇଲ ନେଟୱର୍କ କମ୍ପାନୀ ସହିତ ସନ୍ତୁଷ୍ଟ ନାହାନ୍ତି, ତେବେ ଗ୍ରାହକ ଏମଏନପି ପ୍ରକ୍ରିୟା ଜରିଆରେ ଅନ୍ୟ ଟେଲିକମ୍ କମ୍ପାନୀ ସହ ଯୋଡି ହେବାର ସୁବିଧା ମିଳିଥାଏ ।