ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ଚୀନ କମ୍ପାନୀ ସାଓମି ତାର ସ୍ମାର୍ଟଫୋନ୍ କୁ ଭାରତୀୟ ବଜାରରେ ଲଞ୍ଚ କରି ଆସୁଛି । ମାତ୍ର ଏହି କମ୍ପାଦୀ ଏବେ ସ୍ମାର୍ଟଫୋନ୍ ବ୍ୟତିତ ଅନ୍ୟ ସାମଗ୍ରୀ ବି ଲଞ୍ଚ କରିବାରେ ଲାଗିଲାଣି । ଆଜ୍ଞା ହଁ କମ୍ପାନୀ ଏବେ ଭାରତରେ Mi Electric Toothbrush T300 ଲଞ୍ଚ କରିଛି । ଯାହାର ଦର ୧୨୯୯ ଟଙ୍କା ରହିଛି ।
ସାଓମି ପକ୍ଷରୁ ଏହାକୁ Mi Crowdfunding ଅନୁଯାୟୀ ଲଞ୍ଚ କରାଯାଇଛି । ଯଦି କମ୍ପାନୀକୁ ଏକ ହଜାର ଟୁଥବ୍ରଶ ପାଇଁ ଫଣ୍ଡିଙ୍ଗ ମିଳିବ ତେବେ ଯାଇ ଆପଣ ଏହି ଟୁଥବ୍ରଶକୁ କିଣି ପାରିବେ । ଏଥିପାଇଁ ମାର୍ଚ୍ଚ ୧୦ ତାରିଖରୁ ଡେଲଭରୀ ଆରମ୍ଭ ହୋଇଯିବ ।
ଅପରପକ୍ଷେ ସାଓମି ପକ୍ଷରୁ ଦାବି କରାଯାଇଛି କି Mi Electric Toothbrush T300 ର ବ୍ୟାଟେରୀ ବ୍ୟାକଅପ୍ ୨୫ ଦିନ ପାଇଁ ରହିଛି ।