ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏହା ଇତିହାସ ରଚିଛି । ଦେଶରେ ଟୀକାକରଣ ସଂଖ୍ୟା ୧୦୦ କୋଟିରେ ପହଁଚିଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମଣ୍ଡଭିୟା ସୂଚନା ଦେଇ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶବ୍ୟାପୀ ଜାନୁଆରୀ ୧୬ ରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ଅନ୍ୟମାନଙ୍କୁ ଟୀକାକରଣ କରାଯାଇଥିଲା ।
ସୂଚନାଯୋଗ୍ୟ, ଭାରତରେ ୭୪.୯ ପ୍ରତିଶତ ପ୍ରାପ୍ତ ବୟସ୍କ ଅତିକମରେ ଗୋଟିଏ ଡୋଜ୍ ନେଇଛନ୍ତି । ସେହିପରି ୩୦.୯ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।