ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଅପଡେଟେଡ ନିଞ୍ଜା ୩୦୦ ସ୍ପୋର୍ଟସ ବାଇକ ଲଞ୍ଚ କରିଛି Kawasaki । ୩.୧୮ ଲକ୍ଷ ଟଙ୍କାରେ ଭାରତରେ ଏହି ବାଇକ୍ କୁ ଲଞ୍ଚ କରାଯାଇଛି । ଏହି ନୂତନ ନିଞ୍ଜା ୩୦୦ ବାଇକ ପାଖାପାଖି ୨୦ ହଜାର ଟଙ୍କା ମହଙ୍ଗା ହୋଇଛି । ଖୁବ୍ ଶୀଘ୍ର ଏହି ବାଇକ୍ ର ଡେଲିଭରୀ ଆରମ୍ଭ ହେବ ।
ଯଦି ଇଂଜିନ୍ ଏବଂ ପାୱର କଥା କହିବା ତେବେ ୨୦୨୧ ନିଞ୍ଜା ୩୦୦ ରେ ପୁରୁଣା ମୋଟରସାଇକେଲର ଇଂଜିନକୁ ସାମିଲ କରାଯାଇଛି । ଯାହା ଏବେ ବିଏସ୬ ଏମିଶନ ନର୍ମସ ର ଅନୁରୂପ । ଏହା ୨୯୬ସିସି ର ପ୍ୟାରାଲାଲ ଟ୍ୱିନ ଲିକ୍ୱିଡ କୁଲ୍ଡ ିଂଜିନ୍ । ଯାହା ୧୧,୦୦୦ ଆରପିଏମ ରେ ୩୮.୪ ବିଏଚପି ର ମ୍ୟାକ୍ସିମମ ପାୱର ଏବଂ ୧୦,୦୦୦ ଆରପିଏମ ରେ ୨୭ ଏନଏମ ର ପିକ ଟାର୍କ ଜେନେରେଟ କରିବାର ସକ୍ଷମ ଅଛି । ଏହି ଇଂଜିନକୁ ୬-ସ୍ପିଡ ଗିୟରବକ୍ସ ସହିତ ଯୋଡା ଯାଇଛି ।
ଏହି ବାଇକ୍ ର ତିନୋଟି କଲର ଅପ୍ସନ ରହିଛି । କଲର ବ୍ୟତିତ ଗାଡୀା ଡିଜାଇନ ଏବଂ ଫଚର୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ଡିଜାଇନ ଏବଂ ଫିଚର୍ସ ରହିଛି ।