ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଡିଜିଟାଲ ମାଧ୍ୟମରେ ଜି୭ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଜୁନ୍ ୧୨ ଏବଂ ୧୩ ଏହି ଦୁଇ ଦିନ ଏହି ସମ୍ମିଳନୀରେ ଭାଗ ନେବେ ମୋଦି ।
ଗତ ମାସରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି, ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଜି୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରିଟେନ ଯିବେ ନାହିଁ ।
ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକା ଏହି ଜି୭ ଗୋଷ୍ଠୀରେ ସମାଲ ଅଛନ୍ତି । ଜି୭ର ଅଧ୍ୟକ୍ଷ ହିସାବରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷୀଣ କୋରିଆ ଏବଂ ଦକ୍ଷୀଣ ଆଫ୍ରିକାକୁ ଜି୭ ସମ୍ମିଳନୀରେ ଆମନ୍ତ୍ରିତ କରିଛି ବ୍ରିଟେନ ।