ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ବାହାଘର ସିଜିନ୍ । ଏହାରି ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଘରୋଇ ବଜାରରେ ୧୦ ଗ୍ରାମ ପ୍ରତି ସୁନା ଦର ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ସ୍ତରରେ ପହଁଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ହେଉଥିବା ଯୋଗୁଁ ଘରୋଇ ବଜାରରେ ଦର ବୃଦ୍ଧି ହେଉଛି ।
୨୪ କ୍ୟାରେଟର ୧୦ ଗ୍ରାମ ପ୍ରତି ସୁନା ଦର ୬୪୨୦୦ ରେ ପହଁଚିଥିବା ବେଳେ ୨୨ କ୍ୟାରେଟର ୧୦ ଗ୍ରାମ ପ୍ରତି ସୁନା ଦର ୫୮୮୫୦ ରେ ପହଁଚିଛି ।
ଅନ୍ୟପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଆଉ ଏକ କାରଣ ପାଲଟିଛି ।