ପୁରୀ (ଏଟିଆର ବ୍ୟୁରୋ): ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ । ଘରର ଜ୍ୟେଷ୍ଠମାନଙ୍କୁ ପୋଢୁଆଁ କରାଯିବାର ପରମ୍ପରା ରହିଛି । ସେହିଅନୁଯାୟୀ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ ଠାକୁର ବଳଭଦ୍ର । ଶ୍ରୀବିଗ୍ରହଙ୍କୁ ଆଜି ନୂଆଲୁଗା ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ ।
ପୋଢୁଆ ପାଇଁ ମାମୁଁ ଘର ନିଆଳି ମାଧବାନ୍ଦ ଜିଉ ପୀଠରୁ ଆସିଛି ପୋଢୁଆଁ ଭାର । ଏହି ପୋଢୁଆଁ ଭାର ମଧ୍ୟରେ ରହିଛି ପାଟବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, କର୍ପୂର, ଅଗୁର, ଯାଇଫଳ, ପାନ, ଗୁଆ. ଅଳେଇଚ, ଲବଙ୍ଗ , ତୁଳସୀ, ପଦ୍ମଫୁଲ ଆଦି ।