ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନାର ଚାହିଦା ବଢିବାରେ ଲାଗିଛି । ତାହା ସହିତ ବାହାଘର ସିଜିନ୍ ଥିବାରୁ ଲୋକେ ସୁନା କିଣିବାକୁ ବେଶି ପସନ୍ଦ କରୁଛନ୍ତି । ଆରମ୍ଭ ହୋଇଯାଇଛି ବାହାଘର ସିଜିନ୍ । ଏହାରି ମଧ୍ୟରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ହେଉଥିବା ଯୋଗୁଁ ଘରୋଇ ବଜାରରେ ଦର ବୃଦ୍ଧି ହେଉଛି । କିନ୍ତୁ ସୁନା ପ୍ରତି ଲୋକଙ୍କର ଆଦର କେବେ କମି ନାହିଁ । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୨୧୪୦ ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୬,୯୨୦ ହୋଇଛି ।
ସେହିଅନୁଯାୟୀ ଆଜି ଭୁବନେଶ୍ବରରେ ଏବଂ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ୬୨ ହଜାର ୬ଶହ ୭୦ ଟଙ୍କା ରହିଥିବା ବେଳେ କୋଲକାତାରେ ୬୨ ହଜାର ୬୭୦ ଟଙ୍କା , ଚେନ୍ନାଇରେ ୫୨ହଜାର ୨୮୫, ଦିଲ୍ଲୀରେ ୬୩ ହଜାର ୨୬୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ରହିଛି ୬୨ ହଜାର ୨ଶହ ୮୦ ଟଙ୍କା ।
ଅନ୍ୟପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଆଉ ଏକ କାରଣ ପାଲଟିଛି ।