ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଦରରେ ବ୍ରେକ ଲାଗିଛି । ଗତ ୨୧ ଦିନ ହେବ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ ଦର । ରାଜଜଧାନୀ ଦିଲ୍ଲୀରେ ପେଟ୍ରୋଲ ଠାରୁ ବି ମହଙ୍ଗା ହୋଇଛି ଡିଜେଲ । ୨୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ଦର ୯ ଟଙ୍କା ୧୨ ପଇସା ଏବଂ ଡିଜେଲ ଲିଟର ପିଛା ଦର ୧୧ ଟଙ୍କା ମହଙ୍ଗା ହୋଇଛି । କିନ୍ତୁ ଆଜି ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଦର ସ୍ଥିର ରହିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ୩୮ ପଇସା ଏବଂ ଡିଜେଲ ଲିଟର ପିଛା ଦର ୮୦ ଟଙ୍କା ୪୦ ପଇସା ରହିଛି ।
ପ୍ରତ୍ୟେକ ଦିନ ସକାଳ ଛଅ ଟାରେ ପ୍ରେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।
ଲଗାତର ଭାବେ ଏହି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପାର୍ଟି ପକ୍ଷରୁ ଜୁନ୍ ୨୯ରେ ସାମାଜିକ ଦୂରତା ଅବଲମ୍ବନ କରି ଦେଶବ୍ୟାପି ଆନ୍ଦୋଳନ କରିବା ପାଇଁ ଘୋଷଣା କରାଯାଇଛି ।