ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ଆସିବା ପରେ ଭାରତୀୟ ଟେଲିକମ ବଜାରରେ ଲୋକଙ୍କୁ କମ ଦରରେ ଡାଟା ଏବଂ କଲିଂର ସୁବିଧା ମିଳୁଥିଲା । ଏହାସହିତ ଟେଲିକମ ବଜାର ସମ୍ପୂର୍ଣ୍ଣ ବଦଳି ଯିବା ସହ ସମସ୍ତ କମ୍ପାନୀର ସ୍ଥିତି ବିଗିଡି ଯାଇଛି । ମାତ୍ର ଏବେ ଗ୍ରାହକଙ୍କୁ ଝଟକା ଦେଇଛି ରିଲିଆନ୍ସ ଜିଓ । କେବଳ ରିଲିଆନ୍ସ ଜିଓ ନୁହେଁ ଅନ୍ୟ କମ୍ପାନୀ ତଥା ଭୋଡାଫୋନ୍, ଆଇଡିଆ, ଆଇଡିଆ, ବିଏସଏନଏଲ ପକ୍ଷରୁ ନିକଟରେ କୁହାଯାଇଛି କି ସେମାନଙ୍କ ଟାରିଫ୍ ପ୍ଲାନ୍ କୁ ମହଙ୍ଗା କରାଯବ ।
ସେପଟେ ଏହି ସମସ୍ତ ଟେଲିକମ୍ କମ୍ପାନୀ ଗୁଡିକର ଟାରିଫ୍ ପ୍ଲାନ୍ ମହଙ୍ଗା ହେବ ବୋଲି ଘୋଷଣା ହେବା ପରେ ଚିନ୍ତାରେ ପଡି ଯାଇଛନ୍ତି ସାଧାରଣ ଜନତା । ସେହିପରି ଏହାକୁ ନେଇ ଏକ୍ସପର୍ଟ କହିଛନ୍ତି, ଟାରିଫ୍ ପ୍ଲାନ୍ ମହଙ୍ଗା ହେବା ଦ୍ୱାରା ଟେଲିକମ୍ କମ୍ପାନୀ ଗୁଡିକର ସ୍ଥିତିରେ ସୁଧାର ଆସିବ । କମ୍ପାନୀଗୁଡିକର ପ୍ଲାନ୍ ଅନୁଯାୟୀ ୧୫ ରୁ ୨୦ ପ୍ରତିଶତ ମହଙ୍ଗା ହୋଇପାରେ । ତେବେ ଆସନ୍ତୁ ଜାଣିବା ଡିସେମ୍ବା ମାସରୁ ଜାରି ହେବାକୁ ଥିବା ଟାରିଫ୍ ପ୍ଲାନ୍ ବିଷୟରେ ଜାଣିବା..
ରିପୋର୍ଟ ମୁତାବକ,ଜିଓ ପ୍ରିପେଡ ପ୍ଲାନ୍ ର ଦର ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ସେହିପରି ଏୟାରଟେଲ ଏବଂ ଭୋଡାଫୋନ୍ ଡାଟା ପ୍ୟାକ୍ ରେ ପାଖାପାଖି ୩୦ ପ୍ରତିଶତ ବଢିପାରେ । ବିଶେଷଜ୍ଞଙ୍କ ମତରେ ଏୟାରଟେଲ ଏବଂ ଭୋଡାଫୋନ୍ ଆଗାମୀ ତିନି ମାସ ଭିତରେ ଡାଟା ପ୍ଲାନ୍ ରେ ବୃଦ୍ଧି କରାଇ ପାରନ୍ତି ।
ବର୍ତ୍ତମାନ ଜିଓର ପ୍ରିପେଡ ପ୍ଲାନ ୩୯୯ ଟା ଆଇୟୁସି ଚାର୍ଜ ସହିତ ୪୦୯ ହୋଇଯାଇଛି, କିନ୍ତୁ କମ୍ପାନୀ ଅନୁମାନ ମୁତାବକ ପ୍ଲାନର ଦର ଯଦି ୧୫ ପ୍ରତିଶତ ବୃଦ୍ଧି ହେଉଛି ତେବେ ଆହୁରୀ ୬୧ ଟଙ୍କା ବଢିଯିବ । ଯାହାଫଳରେ ଆପଣଙ୍କୁ ୪୦୯+୬୧=୪୭୦ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ ପ୍ରତିଦିନ ବ.୫ ଜିବି ଡାଟା । ଏହାସହିତ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂ ଏବଂ ନିୟମିତ ୧୦୦ ଏସଏମଏସ ର ସୁବିଧା ମିଳିବ ।
ସେହିପରି ଏୟାରଟେଲର ୨୪୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ କଲିଂ ଏବଂ ଏସଏମଏସର ସୁବିଧା ମିଳିଥାଏ । ଏହାସହିତ କମ୍ପାନୀ ଉପଭୋକ୍ତାଙ୍କୁ ୨ ଜିବି ଡାଟା ଦେଇଥାଏ । ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଥାଏ । ମାତ୍ର ଡିସେମ୍ବର ମାସରୁ ଯଦି କମ୍ପାନୀ ରିଚାର୍ଜ ପ୍ଲାନ୍ ରେ ପରିବର୍ତ୍ତନ କରେ ତେବେ ଦରରେ ୩୦ ପ୍ରତିଶତ ବୃଦ୍ଧି ହୋଇପାରେ । ସେହି ଅନୁଯାୟୀ ରିଚାର୍ଜ ପ୍ଲାନ୍ ୨୮୬ ଟଙ୍କା ହୋଇଯିବ ।
ଅନ୍ୟପଟେ ଭୋଡାଫୋନ୍ କମ୍ପାନି ଯଦି ତାର ଟାରିଫ୍ ପ୍ଲାନ୍ ଦରରେ ୩୦ ପ୍ରତିଶତ ବୃଦ୍ଧି କରାଏ, ତେବେ ଆପଣଙ୍କ ପାଇଁ ୨୨୯ ଟଙ୍କିଆ ପ୍ଲାନ ଟିକେ ମହଙ୍ଗା ହୋଇପାରେ । ଏହାପରେ ରିଚାର୍ଜ ପ୍ଲାନ୍ ୨୬୩ ଟଙ୍କା ହୋଇଯିବ ।
ନିକଟରେ ବିଏସଏନଏଲ କମ୍ପାନୀ ବି ତାର ଟାରିଫ୍ ପ୍ଲାନ୍ ରେ ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଥିଲା । ସେହିପରି ବିଏସଏନଏଲର ୯୭ ଟଙ୍କିଆ ପ୍ଲାନ୍ ର ଦର ବୃଦ୍ଧି ହୋଇ ୧୧୧ ଟଙ୍କା ହୋଇଯିବ ।