ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ଲୋକପ୍ରିୟ ମୋବାଇଲ ନିର୍ମାତା କମ୍ପାନୀ ଆପଲ ଏବଂ ସାଉଥ କୋରିଆର କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ଏବେ ଏକାସଙ୍ଗରେ କାମ କରିବାର ଯୋଜନା କରୁଛନ୍ତି । ରପୋର୍ଟ ମୁତାବକ, ଏହି ଦୁଇ କମ୍ପାନୀ ମିଳିତ ଭାବେ ଇଲେକ୍ଟ୍ରିକ କାର ବିକଶିତ କରିବେ । ହ୍ୟୁଣ୍ଡାଇ ମୋଟର ର ଜଣେ ପ୍ରତିନିଧି ଏନେଇ ସୂଚନା ଦେଇ କହିଛନ୍ତି କି, ଏକ ଇଲେକ୍ଟ୍ରକ କାର ପ୍ରସ୍ତୁତ କରିବ ହ୍ୟୁଣ୍ଡାଇ ମୋଟର । ଯାହାକୁ ନେଇ କମ୍ପାନୀ ଏବେ ଆପଲ କମ୍ପାନୀ ସହିତ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛି । ବହୁତ ଶୀଘ୍ର ଏହା ନିଷ୍କର୍ଷ ସାମ୍ନାକୁ ଆସିବ ।
ଅବଶ୍ୟ ଏହି ଯୋଜନାକୁ ନେଇ ଦୁଇ କମ୍ପାନୀ ପକ୍ଷରୁ ଠୋସ୍ ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ଅନୁମାନ ଲଗା ଯାଉଛି କି, ଏହି ଇଲେକ୍ଟ୍ରିକ କାର ଉପରେ ବହୁତ ଶୀଘ୍ର କାମ ଆରମ୍ଭ ହୋଇଯିବ ଏବଂ ଏହାକୁ ୨୦୨୭ ସୁଧା ବଜାରରେ ଲଞ୍ଚ ବି କରାଯାଇପାରେ ।
ମିଡିଆ ରିପୋର୍ଟରେ ଦାବି କରାଯାଇଛି କି,ଆପଲ ଏବଂ ହ୍ୟୁଣ୍ଡାଇ ଏହି ଦୁଇ କମ୍ପାନୀ ବ୍ୟାଟେରୀ ବିକାସ ଉପରେ ଏକାସଙ୍ଗରେ କାମ କରିପାରନ୍ତି ।