ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଥରକ ଜିଓକୁ ଟକ୍କର ଦେବ ବିଏସଏନଏଲ । ଏଥିପାଇଁ ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ପକ୍ଷରୁ ପ୍ରୀ-ପେଡ ଗ୍ରାହକଙ୍କ ପାଇଁ ଏକ ନୂଆ ଅଫର ନେଇ ଆସିଛି । ଏହି ଅଫରର ବୈଧତା ରହିଛି ୩୬୫ ଦିନ । ପ୍ରତିଦିନ ୨ ଜିବି ଡାଟା ସହ ସମସ୍ତ ନେଟୱାର୍କ ସହ ଅନଲିମିଟେଡ ମାଗଣା କଲିଂର ସୁବିଧା ରହିଛି ।
ମାତ୍ର ୧,୯୯୯ ଟଙ୍କାରେ ଗ୍ରାହକ ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଭୋଗ କରିପାରିବେ । ଡାଟା ଓ କଲିଂ ବ୍ୟତୀତ ପ୍ରତିଦିନ ୧୦୦ ମେସେଜ ମାଗଣା କରିପାରିବେ । ହେଲେ ଦିଲ୍ଲୀ ଓ ମୁମ୍ବାଇ ବାସୀଙ୍କ ପାଇଁ ଏହି ଅଫର ଟିକେ ଭାରି ପଡିପାରେ । କାରଣ ଏହି ଦୁଇଟି ସ୍ଥାନର ଲୋକେ କଲିଂ ଓ ମେସେଜ୍ ମୁକ୍ତ ପାଇ ପାରିବେ ନାହିଁ ।
ମିଳିଥିବା ରିପୋର୍ଟ ଅନୁସାରେ, ବିଏସଏନଏଲର ଏହି ଅଫରକୁ ଚେନ୍ନାଇ ଓ ତାମିଲନାଡୁ ଏରିଆରେ କାର୍ଯ୍ୟକାରୀ କରାଯାଇଛି । ଆଗାମୀ ଦିନରେ ଏହି ଅଫର ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ତେବେ ଏହି ଅଫର ଜୁନ ୨୫ରୁ ଡିସେମ୍ବର ୨୨,୨୦୧୮ ପର୍ଯ୍ୟନ୍ତ ହିଁ ପାଇ ପାରିବେ । ସର୍ବମୋଟ ୭୩୦ ଜିବି ଡାଟା ମିଳିବ । ୧ ଜିବି ଡାଟା ଦାମର ମାତ୍ର ୨.୭୩ ଟଙ୍କା ।
ବିଏସଏନଏଲର ଏହି ଅଫର ଜିଓର ୧,୯୯୯ ଟଙ୍କା ଅଫର ସହ ଟକ୍କର ଦେବ । ଜିଓ ୧,୯୯୯ଟଙ୍କାରେ ୧୮୦ ଦିନ ବୈଧତା ସହ ୧୨୫ ଜିବି ଡାଟା ଦେଉଅଛି । ଏହା ବ୍ୟତୀତ କଲିଂ-ମେସେଜ ଫ୍ରି ମଧ୍ୟ ଦେଉଅଛି । ହେଲେ ଜିଓ ଅଫରରେ ୪ଜି ଡାଟା ଦେଉଥିବା ବେଳେ ବିଏସଏନଏଲ ପ୍ଲାନରେ ୩ଜି ଡାଟା ମିଳିବ । ମାତ୍ର କେବଳ କେରଳରେ ୪ଜି ଡାଟାର ସୁବିଧା ଉପଲବ୍ଧ ଅଛି ।