ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେଳେବେଳେ ଦୋକାନରୁ ଜିନିଷ କିଣିବା ବେଳେ ଚିରା ଫଟା ନୋଟ୍ ଦୋକାନୀ ଦେଇଦେଇଥାନ୍ତି । ଯାହାକୁ ଅଜଣାରେ ଆପଣ ନେଇ ଆସିଥାନ୍ତି । ପରମୂହୁର୍ତ୍ତରେ ସେହି ନୋଟ୍ କେଉଁଠି ଚଳେ ନାହିଁ । ନୋଟ୍ ସମ୍ପୂର୍ଣ୍ଣ ବେକାର ହୋଇଗଲା ବୋଲି ମନେହୁଏ । କିନ୍ତୁ ଏବେ ଆଉ ସେହି ଚିରା ଫଟା ନୋଟ୍ କୁ ନେଇ ଚିନ୍ତା କରନ୍ତୁ ନାହିଁ । କିଛି ସ୍ଥାନରେ ସେହି ନୋଟ୍ କୁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଚିରା ଫଟା ନୋଟ୍ ବଦଳାଇ ପାରିବେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁତାବକ, ଚିରା ଫଟା ନୋଟ୍ କୁ ପ୍ରତ୍ୟେକ ବ୍ୟାଙ୍କକୁ ସ୍ୱୀକାର କରିବାକୁ ପଡିବ । ଆପଣ ଆଖ-ପାଖ ବ୍ୟାଙ୍କରେ ନୋଟକୁ ବଦଳାଇ ପାରିବେ । ସେଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
କୌଣସି ବିଲ୍ କିମ୍ବା ଟ୍ୟାକ୍ସ ଭରିଲା ବେଳେ ଏହି ନୋଟ୍ ବଦଳାଇ ପାରିବେ । ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଜମା କରିପାରିବେ । ଆରବିଆଇର ଗାଇଡଲାଇନ୍ ଅନୂଯାୟୀ ଏହି ନୋଟ୍ କୁ ଦ୍ୱିତୀୟ ଥର ଇଶୁ କରାଯିବ ନାହିଁ ।