ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରୀ ତେଲ କମ୍ପାନୀ ପକ୍ଷରୁ ଆଜି ପୁଣି ଡିଜେଲ ଦର ହ୍ରାସ ହୋଇଛି । ଆଜି ଡିଜେଲ ଦରରେ ୧୪ ରୁ ୧୫ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଛି । ମାତ୍ର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାପୂର୍ବରୁ ଜୁଲାଇ ୩୦ ରେ ଦିଲ୍ଲୀ ସରକାର ଡିଜେଲ ଦରରେ ୮.୩୬ ଟଙ୍କା ହ୍ରାସ କରିଥିଲେ । ଯାହାଦ୍ୱାରା ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୭୩.୫୬ ଟଙ୍କାରେ ପହଁଚିଥିଲା ।
ଆଇଓସିଏଲ ରୁ ମିିଳିଥିବା ସୂଚନା ମୁତାବକ, ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୧.୧୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୧.୪୩ ଟଙ୍କା ହୋଇଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୮୨.୬୭ ଏବଂ ଡିଜେଲ ୭୪.୯୪ ଟଙ୍କା, ମୁମ୍ବାଇର ପେଟ୍ରୋଲ ୮୭.୮୨ ଟଙ୍କା ଏବଂ ଡିଜେଲ ୭୭.୮୭ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୮୪.୨୧ ଟଙ୍କା ଏବଂ ଡିଜେଲ ୭୬.୮୫ ଟଙ୍କା ହୋଇଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।