ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କୁ ଆଜି ଡବଲ ଝଟକା ଲାଗିଛି । ପ୍ରଥମ ପେଟ୍ରୋଲ ଡିଜେଲ ଦାମ୍ ଏବେ ପୁଣି ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ହୋଇଛି । ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି । ଦୀର୍ଘ ସମୟ ପରେ ଏଲପିଜି ସିଲିଣ୍ଡରର ଦାମ୍ ରେ ବୃଦ୍ଧି ଘଟିଛି ।
ଆଜିଠାରୁ ନୂତନ ଦର ଲାଗୁ ହୋଇଛି । ଏହାପରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ସିଲଣ୍ଡରର ମୂଲ୍ୟ ୮୯୯.୫୦ ରହିଥିଲା । ସେହିପରି କୋଲକତାରେ ଏବେ ସିଲିଣ୍ଡରର ମୂଲ୍ୟ ୯୭୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ୯୪୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ।