ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାର୍ବଣ ଋତୁରେ ଫ୍ଲିପକାର୍ଟ, ଆମାଜନ ସହିତ ସମସ୍ତ ଇ-କମର୍ସ କମ୍ପାନୀ ଗୁଡିକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । କମ୍ପାନୀ ଗୁଡିକ ସାମଗ୍ରୀର ସଠିକ୍ ସୂଚନା ନଦେବା ଅଭିଯୋଗରେ ସରକାର ନୋଟିସ ଜାରି କରିଛନ୍ତି ।
ସୂଚନା ମୁତାବକ, ଆମାଜନ ଏବଂ ଫ୍ଲିପକାର୍ଟ ବ୍ୟତିତ ଅନ୍ୟ ଇ-କମର୍ସ କମ୍ପାନୀ ଗୁଡିକୁ ନୋଟିସ ଜାରି କରାଯାଇଛି । କମ୍ପାନୀ ଗୁଡିକୁ ୧୫ ଦିନ ଭିତରେ ନୋଟିସର ଜବାବ ଦେବା ପାଇଁ କୁହାଯାଇଛି । ସମସ୍ତ କମ୍ପାନୀଙ୍କୁ ଏକା ଭଳି ନୋଟିସ ଜାରି କରାଯାଇ କୁହାଯାଇଛି କି , କିଛି ଇ-ବାଣିଜ୍ୟ କମ୍ପାନୀ ତାଙ୍କର ଡିଜିଟାଲ ମଞ୍ଚରେ ବିକୁଥିବା ସାମଗ୍ରୀର ଜରୁରୀ ସୂଚନା ଦେଉ ନାହାନ୍ତି । ଯାହା ଲିଗାଲ ମେଟ୍ରୋଲଜି ପ୍ୟାକେଜଡ କମୋଡିଟିଜ୍ ନିୟମ ୨୦୧୧ ଅନୁଯାୟୀ ଜରୁରୀ ଅଟେ ।
ଆମାଜନ ଏବଂ ଫ୍ଲିପକାର୍ଟ କମ୍ପାନୀକୁ ପଠା ଯାଇଥିବା ନୋଟିସ ଅନୁସାରେ ଇ-ବାଣିଜ୍ୟ କମ୍ପାନୀଙ୍କୁ ସୁନିଶ୍ଚିତ କରିବା କଥା କି ଇ-ବାଣିଜ୍ୟ ଡିଲ ପାଇଁ ଉପଯୋଗ ହେଉଥିବା ଡିଜିଟାଲ ଏବଂ ଇଲେକ୍ଟ୍ରନିକ ନେଟୱର୍କରେ ସମସ୍ତ ସୂଚନା ଦିଆଯାଉ । ଆମାଜନ ଏବଂ ଫ୍ଲିପକାର୍ଟ ଏହି ଦୁଇ କମ୍ପାନୀ ଜରୁରୀ ସୂଚନା ନଦେବା ଏବଂ ଆଇନ ର ଉଲ୍ଲଂଘନ କରିଛନ୍ତି ।