ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ଭାଇରସ ମହାମାରୀ ପ୍ରାୟ ଅନେକ ଲୋକଙ୍କୁ କାବୁ କରୁଛି । ସେମାନଙ୍କ ମଧ୍ୟରେ ବଲିଉଡ ତାରକା ମଧ୍ୟ ଅଛନ୍ତି। ଏପର୍ୟ୍ୟନ୍ତ ଅନେକ ବଲିଉଡ ତାରକା କରୋନା ଜୀବାଣୁର ଶିକାର ହୋଇଛନ୍ତି।ଅନେକ ତାରକା ମଧ୍ୟ ଏହି ମହାମାରୀକୁ ପରାସ୍ତ କରିଛନ୍ତି । ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତମନ୍ନା ଭାଟିଆ, ଯିଏକି ନିକଟରେ କରୋନା ସଂକ୍ରମଣକୁ ପରାସ୍ତ କରିଛନ୍ତି । କରୋନା ଜୀବାଣୁ ସହିତ ଯୁଦ୍ଧରେ ଜିତିବା ପରେ ତମନ୍ନା ଭାଟିଆଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କିଛିଦିନ ପୂୂର୍ବରୁ ସେ କରୋନାମହାମାରୀରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଏହି ସଂକ୍ରମଣକୁ ପରାସ୍ତ କରି ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ତମନ୍ନା ୱାର୍କଆଉଟ୍ କରୁଥିବା ଦେଖାଯାଇଥିଲା । ଯାହାର ଭିଡିଓ ଭାଇରାଲ ହେଉଛି।ସୋସିଆଲ ମିଡିଆରେ ତମନ୍ନା ଭାଟିଆ ସକ୍ରିୟ ରହିଛନ୍ତି । ପ୍ରଶଂସକଙ୍କ ସହ ସଂଯୁକ୍ତ ରହିବାକୁ ସେ ଫଟୋ ଏବଂ ଭିଡିଓ ମଧ୍ୟ ଅଂଶୀଦାର କରନ୍ତି । ତମନ୍ନା ଭାଟିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି । ଏଥିସହ ସେ ୱାର୍କଆଉଟ୍ କରିବାକୁ ପ୍ରଶଂସକମାନଙ୍କୁ ମଧ୍ୟ ବିଶେଷ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ ଭିଡିଓର ପୋଷ୍ଟରେ ଲେଖିଛନ୍ତି, ‘ମୋର ଶକ୍ତି ଫେରାଇବା ପାଇଁ ମୋତେ ପିଲା ପରି ଧୀରେ ଧୀରେ ଗତି କରିବାକୁ ପଡ଼ିବ’। ତମନ୍ନା ଭାଟିଆ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କିନ୍ତୁ ଆପଣଙ୍କ ଶରୀର ଯେତିକି ସହ୍ୟ କରିପାରିବ ସେତେ ପରିଶ୍ରମ କରନ୍ତୁ। ତମନ୍ନା ଭାଟିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କର ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି । ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ତମନ୍ନା ଭାଟିଆ ଲେଖିଛନ୍ତି, ‘ବାସ୍ତବରେ, ମୁଁ ଏବଂ ମୋ ଦଳ ସେଟ୍ରେ ସମ୍ପୂର୍ଣ୍ଣ ସତର୍କ ରହିଥିଲୁ, ଏହା ପରେ ବି ଗତ ସପ୍ତାହରେ ଜ୍ୱର ହୋଇଥିଲା। ଆବଶ୍ୟକ ଚିକିତ୍ସା ପରେ, ମୁଁ ମୋର କରୋନା ପରୀକ୍ଷା କଲି ଯାହା ଦୁର୍ଭାଗ୍ୟବଶତ ପଜିଟିଭ ଆସିଥିଲା । ମୁଁ ନିଜକୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କଲି। ଡାକ୍ତରଙ୍କ ଚିକିତ୍ସା ପରେ ମୋର କରୋନା ରିପୋର୍ଟ ନେଗେଟିଭ ହୋଇଛି । ମୋତେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହି ସପ୍ତାହଟି କଷ୍ଟସାଧ୍ୟ ଥିଲା କିନ୍ତୁ ବର୍ତ୍ତମାନ ମୁଁ ଭଲ ଅନୁଭବ କରୁଛି । ମୁଁ ଆଶାବାଦୀ ଏବଂ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ରହିବାକୁ ଆଶା କରୁଛି । ବର୍ତ୍ତମାନ ମୁଁ ନିଜକୁ ଅଲଗା ରଖିଛି ଓ ପ୍ରତିଦିନ ବ୍ୟାୟାମ କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024