ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରଥମ ଦିନରେ ୬ ଘଣ୍ଟା , ୨ୟ ଦିନରେ ଆଠ ଘଣ୍ଟା ପରେ ଆଜି ୩ୟ ଦିନରେ ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନସିବି । ପୂର୍ବରୁ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଆରେଷ୍ଟ କରାଯିବା ସହ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏନସିବିର ତୃତୀୟ ଦିନର ଜେରା ପରେ ରିୟାଙ୍କୁ ଗିରଫ କରଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ହେବା ପରେ ଅନେକ ରହସ୍ୟ ସାମ୍ନାକୁ ଆସିଥିଲା । ତେଣୁ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ରିୟାଙ୍କୁ ତାଙ୍କ ମୃତ୍ୟୁ ବାବଦରେ ଅନେକ ପ୍ରଶ୍ନ ପଚରାଯାଇଥିଲା । ସାମ୍ନାକୁ ଆସିଥିଲା ଡ୍ରଗ୍ସ କାରବାକ କଥା । ତେବେ ଡ୍ରଗ୍ସ ମାମଲାରେ ପ୍ରାୟ ତିିନି ଦିନର ଜେରା ପରେ ଆଜି ତୃତୀୟ ଦିନରେ ଏନସିବି ରିୟାଙ୍କୁ ଗିରଫ କରିଛି । ନାକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ହାତରେ ଲାଗିଥିଲା ପ୍ରମାଣ , ଦୁଇଟି ପୁରୁଣା ଫୋନ , ଲ୍ୟାପଟପ ଓ ହାର୍ଡ ଡ୍ରାଇଭ । ରିୟାଙ୍କ ଡିଲେଟ ମେସେଜରୁ ଅନେକ ତଥ୍ୟ ଏନସିବିକୁ ମିଳିଥିଲା । ତେଣୁ ବର୍ତ୍ତମାନ ରିୟାଙ୍କୁ ନିଜ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିବ ଏନସିବି । ଏହା ପରେ ତାଙ୍କ ମେଡିକାଲ ଟେଷ୍ଟ ମଧ୍ୟ ହେବ । ଏହା ପୂର୍ବରୁ ପୂର୍ବତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା । ସେ ନିଜେ କେବେ କୌଣସି ମାଦକ ଦ୍ରବ୍ୟ ସେବନ କରିନାହାନ୍ତି କିନ୍ତୁ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ସେ ଜୋର କରି କହିଥିଲେ । ମଙ୍ଗଳବାର ଦିନ ରିୟା ସ୍ୱୀକାର କରିଥିଲେ ଯେ ସେ ଡ୍ରଗ୍ସ ସେବନ କରୁଥିଲେ । ତେବେ ରିୟାଙ୍କ ଗିରଫ ପରେ ଟ୍ୱିଟ କରି ଆମ ସହ ଭଗବାନ ଅଛନ୍ତି ବୋଲି କହିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024