ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୭ ଡିଗ୍ରୀ ଛୁଇଁଛି ବାରିପଦା । ୩୦ ଡିଗ୍ରୀ ଉପରେ ରହିଛି ୧୫ ସହର ।
ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ଆଜି ୩ ଜିଲ୍ଲା ତଥା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।