ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ) ସହିତ ଏଚଡିଏଫସି ବ୍ୟାଙ୍କ ମିଶି ଏକ ନୂତନ କ୍ରେଡିଟ କାର୍ଡ ଲଞ୍ଚ କରଛି । ଏଚଡିଏଫସି ବ୍ୟାଙ୍କ ଏବଂ ଆଇଓସିଏଲ ପକ୍ଷରୁ ନନ୍ ମେଟ୍ରୋ ସହର ଏବଂ ସହର ୟୁଜର୍ସଙ୍କ ପାଇଁ ଏହି କାର୍ଡ ଲଞ୍ଚକରାଯାଇଛି । ଏହି କାର୍ଡର ନାଁ ‘ଇଣ୍ଡିଆନ ଅଏଲ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ’ ରହିଛି । ଏହି କାର୍ଡ ଜରିଆରେ ଗ୍ରାହକଙ୍କୁ ତେଲ କିଣିବାରେ ଫାଇଦା ମିଳିବା ସହ ରିୱାର୍ଡ ବି ହାସଲ କରିପାରିବେ ।
ଏହି କାର୍ଡ ରୁପେ ଏବଂ ଭିଜା ଦୁଇଟି ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏହି କାର୍ଡ ପାଇଁ ବାର୍ଷିକ ଫି ୫୦୦ ଟଙ୍କା ରହିଛି । ଯଦି କୌଣସି ବ୍ୟକ୍ତି ଏହି କାର୍ଡ ଯୋଗେ ବର୍ଷକ ମଧ୍ୟରେ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ବାର୍ଷିକ ଫି ଛାଡ୍ ହୋଇଯିବ । ଇଣ୍ଡିଆନ୍ ଅଏଲ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ଜରିଆରେ ୨୭୦୦୦ ରୁ ଅଧିକ ଆଇଓସିଏଲ ଆଉଲେଟସ ରେ ଫୁଏଲ ପଏଣ୍ଟ ନାମକ ରିୱାର୍ଡ ପଏଣ୍ଟ ହାସଲ କରିପାରିବେ । ଏହାବ୍ୟତିତ ଅନ୍ୟ ଖର୍ଚ୍ଚ ଯେପରି ଗ୍ରୋସରୀ, ବିଲ ପେମେଣ୍ଟ, ୟୁଟିଲିଟି, ସପିଙ୍ଗ ଆଦି ରେ ବି ଫୁଏଲ ପଏଣ୍ଟ କମାଇ ପାରିବେ । ଏହି ପଏଣ୍ଟକୁ ବାର୍ଷିକ ୫୦ ଲିଟର ପର୍ଯ୍ୟନ୍ତ ଫୁଏଲ ପାଇଁ ରିଡିମ କରାଯାଇ ପାରିବ । ଏହାର ଅର୍ଥ ବର୍ଷକୁ ୫୦ ଲିଟର ପର୍ଯ୍ୟନ୍ତ ଫୁଏଲ ଏହି ପଏଣ୍ଟ ଜରିଆରେ ମାଗଣାରେ ପକାଇ ପାରିବେ ।