ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବାଇକ୍ ନିର୍ମାତା କମ୍ପାନୀ Hero Motocorp ତାର ସବୁଠାରୁ ଶସ୍ତା ବାଇକ୍ Hf Deluxe ର ଦାମ୍ ବୃଦ୍ଧି କରିଛି । ଏହି ବାଇକ୍ ର ବେସ ଭ୍ୟାରିଏଣ୍ଟ ର ଦାମ ଏବେ ୪୮ ହଜାର କରାଯାଇଛି, ଯାହା ପୂର୍ବରୁ ୪୬ ହଜାର ୮୦୦ ଟଙ୍କା ରହିଥିଲା । ଏବେ ଏହି ବାଇକର ଦାମ୍ ୧୨୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଆଲୋ ହ୍ୱିଲ ଭ୍ୟାରିଏଣ୍ଟର ଦାମ ଏବେ ୪୯ ହଜାର ଟଙ୍କା ଏବଂ ସେଲ୍ଫ ଷ୍ଟାର୍ଟ ଭର୍ସନର ଦାମ ୫୭ ହଜାର ୧୭୫ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହାବ୍ୟାତି ଅଲ୍ ବ୍ଲାକ ଭ୍ୟାରିଏଣ୍ଟର ଦାମ୍ ୫୭ ହଜାର ୩୦୦ ଟଙ୍କା ଏବଂ ଟପ୍ ମଡେଲ ଆଇ୩ଏସ ଭ୍ୟାରିଏଣ୍ଟ ର ଦାମ ୫୮ ହଜାର ୫୦୦ ଟଙ୍କା କରାଯାଇଛି ।
Hero Hf Deluxe ରେ କମ୍ପାନୀ ୯୭.୨ସିସି ର କ୍ଷମତା ସିଙ୍ଗଲ ସିଲିଣ୍ଡର ଯୁକ୍ତ ଫୁଏଲ ଇଂଜେକ୍ଟଡ ଇଞ୍ଜିନ୍ ଲଗାଇଛି । ଯାହା ୭.୯୪ଏଚପି ର ପାୱାର ଏବଂ ୮.୩୪ ଏନଏମ ର ଟାର୍କ ଜେନେରେଟ କରିଥାଏ । କମ୍ପାନୀ ଦାବି କରିଛି କି ଏହି ବାଇକ ପ୍ରତିଲିଟର ପିଛା ୭୩ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଖାଇବ । ଏହି ବାଇକରେ ୯.୬ ଲିଟର ଯୁକ୍ତ ଫୁଏଲ ଟ୍ୟାଙ୍କ ଦିଆଯାଇଛି ।