ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଏସଟି ଉପରେ କରଦାତ୍ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଆଶ୍ୱସ୍ତି । ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ତେଲ, ଟୁଥପେଷ୍ଟ,ସାବୁନ ଭଳି ଜିନିଷର କର ଦର ୨୯.୩ ପ୍ରତିଶତରୁ ହ୍ରାସ ହୋଇ ୧୮ ପ୍ରତିଶତ ହୋଇଯାଇଛି ।
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୂଣ୍ୟତିଥି ଅବସରରେ ଅର୍ଥମନ୍ତ୍ରାଳ ପକ୍ଷରୁ କୁହାଯାଇଛି କି ଜିଏସଟି ପୂର୍ବରୁ ମୂଲ୍ୟବର୍ଦ୍ଧିତ କର (ଭ୍ୟାଟ), ଉତ୍ପାଦ ଶୁଳ୍କ ଏବଂ ବିକ୍ରିକର ଦେବାକୁ ପଡୁଥିଲା । ସାମୁହିକ ରୂପେ ଏହି କାରଣରୁ କରର ମାନକ ଦର ୩୧ ପ୍ରତିଶତ ପର୍ଯ୍ୟନ୍ତ ପହଁଚି ଯାଉଥିଲା ।
ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, ୨୩୦ ଉତ୍ପାଦ ସବୁଠାରୁ ଉଚ୍ଚ ୨୮ ପ୍ରତିଶତର କର ସ୍ଲାବ ରେ ଆସୁଥିଲା । ଏବେ ୨୮ ପ୍ରତିଶତ ସ୍ଲାବ କେବଳ ଅହିତକର ଏବଂ ଲକ୍ସୁରୀ ବସ୍ତୁ ଉପରେ ଲାଗୁଛି । ଏଥିରୁ ୨୦୦ ଉତ୍ପାଦକୁ ତଳ କର ସ୍ଲାବରେ ସ୍ଥାନାନ୍ତରିତ କରାଯାଇଛି । ସେହିଅନୁଯାୟୀ ଶସ୍ତା ଘର ଉପରେ ଜିଏସଟି ଦର ହ୍ରାସ କରାଯାଇ ଏକ ପ୍ରତିଶତ କରାଯାଇଛି ।
ପୂର୍ବରୁ ସିନେମା ଟିକେଟ ଉପରେ ୩୫ ରୁ ୧୧୦ ପ୍ରତିଶତ ପର୍ଯ୍ୟନ୍ତ କର ଲାଗୁଥିଲା । କିନ୍ତୁ ଜିଏସଟି ରେ ଏହା ୧୨ ରୁ ୧୮ ପ୍ରତିଶତ ରହିଛି । ଦୈନିକ ଉପଯୋଗୀ ଜିନିଷ ଶୂନ ରୁ ପାଞ୍ଚ ପ୍ରତିଶତ ସ୍ଲାବରେ ରହିଛି ।
ଫ୍ରିଜ୍, ୱାଶିଙ୍ଗମେସିନ୍, ଭ୍ୟାକ୍ୟୁମ କ୍ଲିନର, ମିକ୍ସିର ଗ୍ରାଇଣ୍ଡର, ଜୁସର, ୱାଟର ହିଟର, ହେୟାର ଡ୍ରାୟର, ଇଲେକ୍ଟ୍ରିକ ସ୍ମୁଥନିଙ୍ଗ ଆଇରନ୍ ର ପୂର୍ବ କର ଦର ୩୧.୩ ପ୍ରତିଶତ ରହିଥିଲା, ଏବେ ଏହା ୧୮ ପ୍ରତିଶତ ଜିଏସଟି କରରେ ରହିଛି ।