ମୁମ୍ବାଇ(ଏଟିଆର ବ୍ୟୁରୋ):ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ପାଇଁ ରିୟାଙ୍କୁ ହାଜତ ନିଆଯାଇଥିଲା । ତେବେ ବେଲ ପାଇଁ ତାଙ୍କ ଓକିଲ ସେସନ କୋର୍ଟରେ ଆବେଦନ କରିଥିଲେ ହେଲେ ସେସନ କୋର୍ଟ ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ମୁମ୍ବାଇ ସେସନ କୋର୍ଟ ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ବର୍ତ୍ତମାନ ରିୟାଙ୍କୁ ଜେଲରେ ରହିବାକୁ ହେବ । ଏନସିବିକୁ ଦେଇଥିବା ବୟାନରେ ଷୌଭିକ କହିଥିଲେ ଯେ ସେ ସୁଶାନ୍ତଙ୍କ ପାଇଁ ଅନେକଥର ଡ୍ରଗ୍ସ ଆଣିଥିଲେ । ତେବେ ଡ୍ରଗ୍ସର ପେମେଣ୍ଟ ତାଙ୍କ ଭଉଣୀ କରୁଥିଲେ ବୋଲି ସେ ବୟାନ ଦେଇଥିଲେ । ରିୟା ସୁଶାନ୍ତଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ କରୁଥିଲେ ବୋଲି ଷୌଭିକ କହିଥିଲେ ।
ରିୟାଙ୍କ ସହ ଷୌଭିକ, ସାମୁଏଲ ମୀରାଣ୍ଡା, ଦିପେସ ସାୱନ୍ତ, ଜୌଦ ବିଲାତ୍ରା ଓ ଅବଦୁଲ ବାସିତ ପରିହାରଙ୍କୁ ମଧ୍ୟ ଜାମିନ ମିଳିନାହିଁ । ମୁମ୍ବାଇ ସେସନ କୋର୍ଟ ସମସ୍ତ ୬ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ତେବେ ଆଗାମୀ ସପ୍ତାହରେ ବମ୍ବେ ହାଇ କୋର୍ଟରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ବେଲ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ରିୟାଙ୍କ ଓକିଲ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024