ମୁମ୍ବାଇ(ଏଟିଆର ବ୍ୟୁରୋ): ପୁଣି ଥରେ ଦେଖିବାକୁ ମିଳିବ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଯୋଡି । ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଏକ ଥା ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ ପରେ ଆଉ ଏକ ଟାଇଗର ସିରିଜ୍ ଟାଇଗର-୩ ରେ ଏକାଠି ଆସିବେ ଏ ଦୁହେଁ ବଲିଉଡ ଷ୍ଟାର । ତେବେ ଏବେ ସୁଦ୍ଧା ୟଶରାଜ ପ୍ରଡକ୍ସନ ଫିଲ୍କକୁ ନେଇ କିଛି ଘୋଷଣା କରି ନାହିଁ। ମାତ୍ର କୁହାଯାଉଛି ଟାଇଗର ୩ ମହଙ୍ଗା ବଜେଟରେ ତିଆରି ହେବ। ଯାହା ବଲିଉଡ ଇତିହାସରେ ସବୁଠୁ ମହଙ୍ଗା ବଜେଟ୍ ଫିଲ୍ମ ତାଲିକାରେ ସାମିଲ ହେବ।ଅଧିକ ଆକ୍ସନ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । କୁହାଯାଉଛି ଟାଇଗର ୩ ପ୍ରଡକ୍ସନ୍ କାଷ୍ଟ ୨୦୦ରୁ ୨୨୫ କୋଟି ଟଙ୍କାରେ ହେବ। ଯାହା କି ଏବେ ସୁଦ୍ଧା କୌଣସି ହିନ୍ଦୀ ଫିଲ୍ମ ପାଇଁ ସବୁଠୁ ବଡ଼ ପ୍ରଡକସନକାଷ୍ଟ ହେବ ଓ ଏହି ଫିଲ୍ମରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେହିପରି ପ୍ରିଣ୍ଟ ଓ ପବ୍ଲିସିଟିରେ ଖର୍ଚ ହେବ ୨୦ରୁ ୨୫ କୋଟି ଟଙ୍କା । ରିପୋର୍ଟ ଅନୁସାରେ ସଲମାନ ଟାଇଗର ୩ ପାଇଁ ୧୦୦ କୋଟି ଟଙ୍କା ନେବେ। ଜାହାକି ବର୍ତ୍ତମାନ ସବୁଠାରୁ ବଡ ବଜେଟ । କାହିଁକିନା ସେ ଏହି ଫିଲ୍ମରେ ନିରର ପଇସା ମଧ୍ୟ ଲଗାଇବେ । ଏହା ସହ ଫିଲ୍ମ ଲାଭରେ ମଧ୍ୟ ସେ ଭାଗିଦାରୀ ହେବେ। ଟାଇଗର୍-୩କୁ ୬ରୁ ୭ଟି ଦେଶରେ ଗୋଟିଏ ଅନ୍ତର୍ଜାତୀୟ ଷ୍ଟଣ୍ଟ୍ ଟିମ୍ ସହ ସୁଟ୍ କରାଯିବ। ଏହାର ସ୍ପ୍ରିପ୍ଟ କାମ ୨ ବର୍ଷ ହେବ ଜାରି ରହିଛି, ବର୍ତ୍ତମାନ ମଧ୍ୟ ଏହାର ସ୍କ୍ରିପ୍ଟରେ ଅଧିକ ଆକ୍ସନ ସିନକୁ ନେଇ ପରିବର୍ତ୍ତନ କରାହେଉଛି । ତେବେ ୨୦୧୭ରେ ଫିଲ୍ମ ଟାଇଗର ଜିନ୍ଦା ହୈ ୪୦୦ କୋଟି କ୍ଲବରେ ସାମିଲ ହେବା ପରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଥିଲା ଗୋଟିଏ। କେବଳ ଭାରତରେ ଏହା ୩୩୯.୧୬ କୋଟି ଟଙ୍କା ରୋଜଗାର କରିଥିଲା। ତେବେ ଟାଇଗର-୩କୁ ୫୦୦ କୋଟିରୁ ଅଧିକ କରିବା ପାଇଁ ଟିମର ଆଶା ଅଛି ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024