ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଷଷ୍ଠ ଦିନରେ ବି ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା ଏବଂ ଡିଜେଲ ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଛି । ସାରା ଦେଶରେ ଏହି ଦର ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ଦର ଅଲଗା ଅଲଗା । ଛଅ ଦିନ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦର ୩.୩୧ ଟଙ୍କା ଏବଂ ଡିଜେଲ ଦର ୩.୪୨ ଟଙ୍କା ବୃଦ୍ଧି ହୋଇଛି ।
ସେହିଅନୁଯାୟୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୪ ଟଙ୍କାରୁ ବୃଦ୍ଧି ହୋଇ ୭୪.୫୭ ଟଙ୍କାରେ ପହଁଚିଥିବା ବେଳେ ଡିଜେଲ ଦର ୭୨.୨୨ ଟଙ୍କାରୁ ବୃଦ୍ଧି ହୋଇ ୭୨.୮୧ ଟଙ୍କାରେ ପହଁଚିଛି । ସେହିପରି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ରେ ଏକ ଲିଟର ପେଟ୍ରୋଲ ଦର କ୍ରମଶଃ ୭୬.୪୮, ୮୧.୫୩, ଏବଂ ୭୮.୪୭ ଟଙ୍କା ହୋଇଥିବା ବେଳେ ଡିଜେଲ ଦର କ୍ରମଶଃ ୬୮.୭୦, ୭୧.୪୮ ଏବଂ ୭୧.୧୪ ଟଙ୍କା ହୋଇଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ଜାଣି ପାରିବେ । ଇଣ୍ଡିଆନ୍ ଅଏଲର ୱେବସାଇଟ ଅନୁସାରେ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରେ ପଠାଇବାକୁ ହେବ ।