ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଅଧିକ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢା । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପରିବର୍ତ୍ତନ କରିଛି । ଏହାସହିତ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନୂତନ ସ୍କିମ ଘୋଷଣା କରିଛି ବୋର୍ଡ । ସେହିଅନୁଯାୟୀ ଏହି ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ହେବ ପରୀକ୍ଷା । ସିଲାବସର ୫୦ ପ୍ରତିଶତ ଲେଖାଁଏ ପାଠ୍ୟକ୍ରମକୁ ନେଇ ଟର୍ମ ୧ ଏବଂ ଟର୍ମ ୨ ର ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ଟର୍ମ ୧ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ବେଳେ ଟର୍ମ ୨ ପରୀକ୍ଷା ହେବ ମାଚ୍ଚ-ଏପ୍ରିଲ ମାସରେ । ଏହି ଦୁଇଟି ଟର୍ମର ନମ୍ବରକୁ ମିଶାଇ ଫଳାଫଳ ପ୍ରକାଶ କରାଯିବ । ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ ଅନୁଯାୟୀ ପାଠପଢା ହେବ ।