ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇନଫିନିକ୍ସ କମ୍ପାନୀ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସବୁଠାରୁ ଶସ୍ତା ୬ ଜିବି ର୍ୟାମ ସହିତ ୬୪ ଜିବି ଷ୍ଟୋରେଜ ବିଶିଷ୍ଟ ଫୋନ ଲଞ୍ଚ କରିବାକୁ ଯାଉଛି । ମିଡିଆ ରିପୋର୍ଟ ମୁତାବକ, ଲଞ୍ଚ ହେବାକୁ ଥିବା ଏହି ଦମଦାର୍ ଫୋନ ନାଁ ଇନଫିନିକ୍ସ ସ୍ମାର୍ଟ ୬ ପ୍ଲସ ହେବ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଫୋନ ନାଇଜେରିଆରେ ଲଞ୍ଚ କରାଯାଇଛି ।
ଏହା ଏପର୍ଯ୍ୟନ୍ତର ସବୁଠାରୁ ଶସ୍ତା ଫୋନ । ଏଥିରେ ୬.୮୨ ଇଂଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ମିଳିବ । ସେହିପରି ଏଥିରେ ମେଡିଆଟେକ ହେଲିଓ ଏ୨୨ ପ୍ରୋସେସର , ୬ଜିବି ର୍ୟାମ ସହିତ ୬୪ ଜିବି ଷ୍ଟୋରେଜ, ଡୁଆର ରିଅର କ୍ୟାମେରା, ୪ଜି ଏଲଟିଇ, ୱାଇଫାଇ,ବ୍ଲ୍ୟୁଟୁଥ୍, ୩,୫ଏମଏମ ହେଡଫୋନ ଜ୍ୟାକ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ମିଳିପାରେ ।
ମିଳିଥିବା ସୂଚନା ମୂତାବକ, ଏହି ଫୋନର ଦାମ୍ ସାଢେ ୮ ହଜାରରୁ କମ ହୋଇପାରେ । ଏହାସହିତ ଏହି ଫୋନକୁ ୩ଟି କଲର ଭ୍ୟାରିଆଣ୍ଟରେ ଲଞ୍ଚ କରାଯିବ ।