ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ତମ ମନକି ବାତରେ ମନର କଥା କହିବେ । ଆଜି ଦିନ ୧୧ ଟା ବେଳେ ଏହାର ପ୍ରସାରଣ ହେବ । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ପ୍ରାଥମିକ ଭାବେ ଯାହା ଅନୁମାନ କରାଯାଉଛି ପ୍ରଧାନମନ୍ତ୍ରୀ ଅନଲକ-୧ ବିଷୟରେ ମନକତ ବାତରେ ଆଲୋଚନା କରି ପାରନ୍ତି । ତେବେ ଏହି ସସ୍କରଣ ପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କ ଠାରୁ ପରାମର୍ଶ ମାଗିଥିଲେ । ସୂଚନାଯୋଗ୍ୟ ଗତକାଲି ଅନଲକ ୧ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଯାହା ଆସନ୍ତା କାଲି ଠାରୁ ଦେଶରେ ଲାଗୁ କରାଯିବ । ତେବେ ଏହି ଅନଲକରେ କେତେକ ନିୟମକୁ କୋହଳ କରାଯାଇଥିବା ବେଳେ କେତେକ ନିୟମକୁ କଡାକଡି କରାଯାଇଛି । କଣ୍ଟେଟ ମେଣ୍ଟ ଜୋନ ପାଇଁ କୌଣସି ନିୟମ କୋହଳ କରାଯାଇନାହିଁ । ସେହିଭଳି ଅନ୍ୟ କେତେକ ନିୟମକୁ ରାଜ୍ୟ ସରକାରଙ୍କ ଉୀପରେ ଛାଡି ଦିଆଯାଇଛି । ରାତ୍ରି କାଳୀନ କର୍ଫ୍ୟୁକୁ ରାତି ୭ ଟାଣୁ ସକାଳ ୭ ଟା ପରିବର୍ତ୍ତେ , ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କରାଯାଇଛି ।