ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ହରଡଘଣାରେ ପଡିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ । କଡା କାର୍ଯ୍ୟନୁଷ୍ଟାନ ଗ୍ରହଣ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାର୍ତି ଚିଦାମ୍ବରମଙ୍କ ୫୪ କୋଟି ଟଙ୍କାର ସମ୍ପତିକୁ ଜବତ କଲା ଇଡି । ଆଇଏନଏକ୍ସ ମିଡିଆ ମାମଲାରେ ଏଭଳି କାର୍ଯ୍ୟନୁଷ୍ଠାନ ନେଇଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । କାର୍ତିଙ୍କର ଭାରତ ସମେତ ବିଦେଶରେ ଥିବା ସମ୍ପତିକୁ ଜବତ କରାଯାଇଛି ।
ଜବତ ହୋଇଥିବା ସମ୍ପତି ମଧ୍ୟରେ କାର୍ତିଙ୍କର ଆକାଉଣ୍ଟ ସାମିଲ ଥିବା ବେଳେ ତାଙ୍କ କମ୍ପାନୀ ଏଏସସିପିଏଲର ଅନେକ ସମ୍ପତିକୁ ଜବତ କରିଛି ଇଡି । କମ୍ପାନୀର ୨୫ ଏକର ଚାଷ ଜମି ସମେତ ଉଟି ସ୍ଥିତ ୩.୭୫ କୋଟି ଟଙ୍କାର ବଙ୍ଗଳା ଓ କୋଠାଗିରି ସ୍ଥିତ ୧୬ କୋଟି ଟଙ୍କାର ସମ୍ପତିକୁ ଜବତ କରାଯାଇଛି । ଏଥିସହ ୟୁକେ ସମରସେଟରେ ଥିବା ୫କୋଟି ଟଙ୍କାର ଫାର୍ମହାଉସ, ଓ ସ୍ପେନ ବାର୍ସିଲୋନାରେ ଥିବା ୧୪କୋଟି ଟଙ୍କା ର ଜମି ମଧ୍ୟ ଇଡି ଜବତ କରିଛି । ଖାଲି ସେତିକି ନୁହେଁ ତାଙ୍କ କମ୍ପାନୀ ନାମରେ ଥିବା ୯୦ ଲକ୍ଷ ସମେତ କାର୍ତିଙ୍କ ନାମରେ ଥିବା ୯.୨୩ କୋଟିକୁ ମଧ୍ୟ ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।