ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ସେହିଅନୁଯାୟୀ ଗତ ଶୁକ୍ରବାର ଦିନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ନଭେମ୍ବର ୧ ରୁ ବ୍ୟାଙ୍କ ଏବଂ ଅନ୍ୟ ସେବା ପ୍ରଦାତା, ଉପଭୋକ୍ତାମାନଙ୍କ ଠାରୁ ଶୁଳ୍କ ନେଇପାରିବେ ନାହିଁ । ଏହି ସୁବିଧା କେବଳ ସେହି ସଂସ୍ଥାକୁ ମିଳିବ ଯାହାଙ୍କ ଟର୍ଣ୍ଣଓଭର ୫୦ କୋଟିରୁ ଅଧିକ ଏବଂ ତାଙ୍କୁ ଡିଜିଟାଲ ମୋଡ ଜରିଆରେ ପେମେଣ୍ଟ କରାଯାଇଥିବ ।
ନିଜ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ବାର୍ଷିକ ୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପ୍ରତିଷ୍ଠାନକୁ ନିଜ ଗ୍ରାହକଙ୍କୁ କମ ଦରର ଡିଜିଟାଲ ମୋଡର ପେମେଣ୍ଟ କରିବା ଉଚିତ୍ ଏବଂ ଟ୍ରାଞ୍ଜାକ୍ସନ ପାଇଁ ଲାଗୁଥିବା ଟଙ୍କାକୁ ଆରବିଆଇ ତଥା ବ୍ୟାଙ୍କଗୁଡିକ ବହନ କରିବା ଉଚିତ୍ ।
ଏହି ଘୋଷଣା ପରେ ଆୟକର ଅଧିନିୟମ ସହିତ ପେମେଣ୍ଟ ଏବଂ ସିଷ୍ଟମ ଆକ୍ଟ ୨୦୦୭ ରେ ସିଂଶୋଧନ କରାଯାଇଛି । ଏନେଇ ଏକ ସର୍କ୍ୟୁଲାରରେ ସିବିଡିଟି କହିଛି କି ନୂତନ ପ୍ରାବଧାନ ଆଗାମୀ ୧ ନଭେମ୍ବର ୨୦୧୯ ରୁ କାର୍ଯ୍ୟକାରୀ ହେବ ।