ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ଇନ୍ଧନ ସପ୍ଲାଇ ନକରିବାର ନିଷ୍ପତିକୁ ସରକାରୀ ତୈଳ କମ୍ପାନୀ ଟାଳି ଦେଇଛି । ଏୟାର ଇଣ୍ଡିଆ, ଇଣ୍ଡିଆନ୍ ଅଏଲ(ଆଇଓସି), ହିନ୍ଦୁସ୍ତାନ ପେଟ୍ରୋଲିୟମ(ଏଚପିସିଏଲ) ଏବଂ ଭାରତ ପେଟ୍ରୋଲିୟମ(ବିପିସିଏଲ) ର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେଲ କମ୍ପାନୀର ଏୟାର ଇଣ୍ଡିଆ ଉପରେ ହାରାହାରି ୫ ହଜାର କୋଟି ଟଙ୍କା ବାକି ରହିଛି ।
ଏନେଇ ଜଣେ ଅଧିକାରୀ କହିଛନ୍ତି, ବକେୟା ଟଙ୍କା ସମୟ ଭିତରେ ଦେବା ପାଇଁ ଏୟାର ଇଣ୍ଡିଆ ପ୍ରତିଶୃତି ଦେଇଛି । ସେଥିପାଇଁ ଇନ୍ଧନ ସପ୍ଲାଇ ରୋକିବାର ନିଷ୍ପତିକୁ ବର୍ତ୍ତମାନ ପାଇଁ ଟାଳି ଦିଆଯାଇଛି । ତୈଳ କମ୍ପାନୀର ଏହି ନିଷ୍ପତିରେ ଏୟାର ଇଣ୍ଡିଆକୁ ବଡ ଆଶ୍ୱସ୍ତି ମିଳିଛି ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ବକେୟ ଟଙ୍କା ଦେଉନଥିବାରୁ ତିନି ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ପକ୍ଷରୁ ଅକ୍ଟୋବର ୧୮ ରେ ଇନ୍ଧନ ସପ୍ଲାଇ ରୋକିବା ପାଇଁ ଚେତାବନୀ ଦିଆଯାଇଥିଲା ।