ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୃତ ଗତିରେ ବଢି ଚାଲିଛି କରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି ଘରୋଇ କମ୍ପାନୀ ଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ଆଦେଶ ଦେଇଛନ୍ତି । ଇତିମଧ୍ୟରେ ରିଲିଆନ୍ସ ଜିଓ ଏକ ବଡ ଘୋଷଣା କରିଛି । ଜିଓର ଇଂଟରନେଟ ବୁଷ୍ଟର ପ୍ୟାକ୍ସରେ ଏବେ ଗ୍ରାହକଙ୍କୁ ଦୁଇଗୁଣା ଡାଟା ମିଳିବ । ଯଦି ଆପଣ ପୂର୍ବରୁ କୌଣସି ପ୍ୟାକ୍ ଚଳାଉଛନ୍ତି ଏବଂ ତାର ଡେଲି ହାଇସ୍ପିଡ୍ ଡାଟା ଖର୍ଚ୍ଚ ହୋଇଯାଉଛି, ତେବେ ସେଥିପାଇଁ ଆପଣ ଏହି ପ୍ୟାକ୍ ର ସହାୟକ ନେଇପାରିବେ ।
ଯଦି ଆପଣଙ୍କ ବର୍ତ୍ତମାନ ପ୍ୟାକ୍ ରେ ପ୍ରତିଦିନ ୧.୫ ଜିବି ଆଇସ୍ପିଡ୍ ଡାଟା ମିଳୁଛି ଏବଂ ଏହି ଡାଟା ଶେଷ ହୋଇ ଯିବା ପରେ ଆପଣ ଏହି ପ୍ୟାକ୍ କୁ ବ୍ୟବହାର କରି ପାରିବେ ।
ସେହି ଅନୁଯାୟୀ ୧୧ ଟଙ୍କିଆ ପ୍ୟାକ୍ ରେ ପୂର୍ବରୁ ୪୦୦ ଏମବି ଡାଟା ମିଳୁଥିଲା,କିନ୍ତୁ ଏବେ ଏଥିରେ ୮୦୦ ଏମବି ମିଳିବ । ସେହିପରି ୨୧ ଟଙ୍କିଆରେ ପୂର୍ବରୁ ୧ ଜିବି ଡାଟା ମିଳୁଥିଲା, କିନ୍ତୁ ଏବେ ୨ ଜିବି ଡାଟା ମିଳିବ । ୫୧ ଟଙ୍କିଆରେ ପୂର୍ବରୁ ୩ ଜିବି ଡାଟା ମିଳୁଥିଲା ଏବେ ୬ ଜିବି ଡାଟା ମିଳିବ । ୧୦୧ ଟଙ୍କିଆରେ ପୂର୍ବରୁ ୬ ଜିବି ଡାଟା ମିଳୁଥିଲା କିନ୍ତୁ ଏବେ ୧୨ ଜିବି ଡାଟା ମିଳିବ ।