ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମସ୍ତ ଟେଲିକମ୍ କମ୍ପାନୀ ମଧ୍ୟରେ ଏବେ ଚାଲିଛି ଘମାଶନ ଟକ୍କର । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ପ୍ଲାନ୍ସ ଜାରି କରାଯାଉଛି । ନିକଟରେ ରିଲିଆନ୍ସ ଜିଓ ତାର ସମସ୍ତ ପ୍ଲାନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଏବେ ନୂତନ ଦରରେ ଗ୍ରାହକଙ୍କୁ ମିଳୁଛି ପୁରୁଣା ଫାଇଦା ।
ସେପଟେ ଜିଓ ପ୍ଲାନ୍ସରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଗ୍ରାହକଙ୍କୁ ମନେଇବା ଲାଗି ଜିଓ କମ୍ପାନୀ ୭୫, ୧୨୫, ୧୫୫ ଏବଂ ୧୮୫ ଟଙ୍କା ବିଶିଷ୍ଟ ନୂତନ ପ୍ଲାନ ଲଞ୍ଚ କରିଛି ।
୧୮୫ ପ୍ଲାନ୍: ଜିଓ ର ଏହି ପ୍ଲାନ୍ ରେ ୫୬ ଜିବି ହାଇସ୍ପିଡ୍ ଇଂଟରନେଟ ଡାଟା ରହିଛି । ଯାହା ପ୍ରତ୍ୟେକ ଦିନ ୨ ଜିବି ହିସାବରେ ଗ୍ରାହକ ବ୍ୟବହାର କରିପାରିବେ । ଏହା ଶେଷ ହେବା ପରେ ବି ଗ୍ରାହକ ୬୪ କେବିପିଏସ ସ୍ପିଡ୍ ରେ ଇଂଟରନେଟ୍ ମିଳିବ । ଏହାସହିତ ଏହି ପ୍ଲାନ୍ ରେ ଜିଓ ରୁ ଜିଓ କୁ ଅସୀମିତ ଭଏସ କଲିଂ ସେବା ଏବଂ ୫୦୦ ମିନିଟ୍ ଫ୍ରି ଭଏସ କଲିଂ ଅନ୍ୟ ନେଟୱାର୍କ ପାଇଁ ରହିଛି । ଏହାସହିତ ଏଥିରେ ୧୦୦ ମେସେଜ୍ ଏବଂ ଫ୍ରି ଜିଓ ଆପ୍ସ ସବସ୍କ୍ରିପସନ୍ କରିପାରିବେ ଗ୍ରାହକ । ଏହି ପ୍ଲାନର ଅବଧି ୨୮ ଦିନ ପାଇଁ ରହିଛି ।
୧୫୫ ପ୍ଲାନ୍: ଜିଓର ଏହି ପ୍ଲାନ୍ ରେ ୨୮ ଜିବି ହାଇସ୍ପିଡ୍ ଇଂଟରନେଟ୍ ର ସୁବିଧା ରହିଛି । ଯାହା ପ୍ରତ୍ୟେକ ଦିନ ଗ୍ରାହକଙ୍କୁ ୧ ଜିବି ଡାଟା ମିଳିବ । ତାହା ଶେଷ ହେବା ପରେ ୬୪ କେବିପିଏସ ସ୍ପିଡ୍ ର ଇଂଟରନେଟ୍ ମିଳିବ । ସେହିପରି ଜିଓ ରୁ ଜିଓକୁ ଅସୀମିତ ଭଏସ କଲିଂ ଏବଂ ଅନ୍ୟ ନେଟୱାର୍କ ପାଇଁ ୫୦୦ ମିନିଟ୍ । ୧୦୦ ମେସେଜ୍ ଏବଂ ଫ୍ରି ଜିଓ ଆପ୍ସ ସବସ୍କ୍ରିପସନ । ଏହି ପ୍ଲାନ୍ ର ଅବଧି ୨୮ ଦିନ ଯାଏଁ ରହିଛି ।