ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ରିଲିଆନ୍ସର ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ର ଲଞ୍ଚିଂ ତାରିଖ ଘୋଷଣା ହୋଇଛି । ମିଡିଆ ରିପୋର୍ଟ ମୁତାବକ ଦୀପାବଳୀ ଦିନ ଅର୍ଥାତ ନଭେମ୍ବର ୪ରେ ଏହି ଫୋନକୁ ଲଞ୍ଚ କରିପାରେ କମ୍ପାନୀ । ଏହା ଏପର୍ଯ୍ୟନ୍ତର ସବୁଠାରୁ ଶସ୍ତା ଫୋନ ହେବ । ଗୁଗଲ ସହିତ ମିଳିତ ଭାବେ ଏହି ଫୋନକୁ ପ୍ରସ୍ତୁତ କରିଛି କମ୍ପାନୀ ।
ଖବର ମୁତାବକ, ଦୁଇଟି ଭ୍ୟାରିଏଣ୍ଟଓ ସହିତ ଜିଓଫୋନ ନେକ୍ସଟ ଲଞ୍ଚ କରିପାରେ କମ୍ପାନୀ । ଏହାର ବେସ୍ ଭ୍ୟାରିଏଣ୍ଟର ଦାମ୍ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ସେହିପରି ଅନ୍ୟ ଭ୍ୟାରିଏଣ୍ଟ ପାଇଁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିପାରେ ।
ଏହାସହିତ ଏହି ଫୋନରେ ୫.୫ ଇଂଚର ଏଚଡି ଡିସପ୍ଲେ ଦିଆଯିବ । ଫୋନଟି ଆଣ୍ଡ୍ରୋଏଡ ଗୋ ଅପରେଟିଙ୍ଗ ସିଷ୍ଟମ ରେ କାମ କରିପାରେ । ପଦର୍ଶନ ପାଇଁ ଏଥିରେ କ୍ୱାଲକମ୍ କ୍ୟୁଏମ୨୧୫ ପ୍ରୋସେସର ବ୍ୟବହାର କରାଯାଇଛି । ଏଥିରେ ୨ ଜିବି ର୍ୟାମ ଏବଂ ୧୬ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇପାରେ । ସେହିପରି ଫଟୋଗ୍ରାଫି ପାଇଁ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇପାରେ । ଯାହାର ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସଲର ହୋଇପାରେ । ଅନ୍ୟପଟେ ୨୫୦୦ଏମଏଏଚର ବ୍ୟାଟେରୀ ଦିଆଯାଇପାରେ ।